ନୂତନ ଜାତୀୟ ରାଜପଥ ଦାବି କଲେ ବରଗଡ଼ ସାଂସଦ...

ନୂତନ ଜାତୀୟ ରାଜପଥ ଦାବି କଲେ ବରଗଡ଼ ସାଂସଦ...


ବରଗଡ,୩୦/୦୭ : ଓଡ଼ିଶାରେ ନୂତନ ଜାତୀୟ ରାଜପଥର ଚୂଡ଼ାନ୍ତ ଅନୁମୋଦନ ଏବଂ ଘୋଷଣା ପାଇଁ ଅନୁରୋଧ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। 

       Ad..


ବଲାଙ୍ଗୀର-ପାଟଣାଗଡ଼-ହରିଶଙ୍କର-ପାଇକମାଳ-ନୂଆପଡ଼ା ନୂଆ ଜାତୀୟ ରାଜପଥ ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ପାଖରେ ସେ ଏହି ବଡ଼ ଦାବୀ କରିଛନ୍ତି । ଏ ପ୍ରସଙ୍ଗରେ ଦୀର୍ଘ ସମୟ ଧରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । 

    Ad..


ଖୁବଶୀଘ୍ର ଏହି ଜାତୀୟ ରାଜପଥର ଚୂଡ଼ାନ୍ତ ଅନୁମୋଦନ ସହ ଏହାର ଘୋଷଣା ପାଇଁ ଦାବି କରିଛନ୍ତି ବରଗଡ଼ ସାଂସଦ । ପଶ୍ଚିମ ଓଡ଼ିଶା ପାଇଁ ଏହି ନୂଆ ଜାତୀୟ ରାପଥ ବହୁ ଗୁରୁତ୍ୱ ବହନ କରୁଛି । ଓଡ଼ିଶାରେ ଦୀର୍ଘ ଦିନରୁ ଲୋକଙ୍କ ଏହି ଦାବି ରହିଆସିଛି । 

Ad..


ସନ୍ତୁଳିତ ଆଂଚଳିକ ବିକାଶ, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଏବଂ ସାମୁଦ୍ରିକ ଉପକୂଳ ଅଂଚଳର ସାମଗ୍ରିକ ସଂଯୋଗ ଦିଗରେ ଏହି ନୂଆ ଜାତୀୟ ରାଜପଥ ବେଶ ଗୁରୁତ୍ୱ। ବର୍ଦ୍ଧିତ ସଂଯୋଗୀକରଣ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ଏବଂ ସାଂସ୍କୃତିକ କେନ୍ଦ୍ର ଗୁଡ଼ିକୁ ସଂଯୋଗ କରି ପର୍ଯ୍ୟଟନକୁ ଯଥେଷ୍ଟ ବୃଦ୍ଧି କରିପାରିବ । 

ଏହା ବ୍ୟତୀତ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ଉନ୍ନତ ରାସ୍ତା ନେଟୱ୍ୱର୍କ ବାହ୍ୟବାଦ ଚାଲେଂଜର ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି କ୍ଷେତ୍ର ଗୁଡ଼ିକରେ ସଂଯୋଗୀକରଣକୁ ସୁଦୃଢ଼ କରିବା ଦ୍ୱାରା ଆଇନ-ଶୃଙ୍ଖଳା ପରିଚାଳନା ଅଧିକ ପ୍ରଭାବଶାଳୀ ହେବ। ଏବଂ ସାମଗ୍ରିକ ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିବ ବୋଲି କହିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post