ବରିଷ୍ଠ ମାନଙ୍କୁ ସାକ୍ଷାତକାର ଅଭିଯାନ...

ବରିଷ୍ଠ ମାନଙ୍କୁ ସାକ୍ଷାତକାର ଅଭିଯାନ...


ବରଗଡ଼,୦୧/୦୭ : ଆଜି ମଙ୍ଗଳବାର - ଦିନ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବରିଷ୍ଠ ଙ୍କୁ ସାକ୍ଷାତକାର କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଂପାଦକ ଗୋବିନ୍ଦ ଦାଶ ଙ୍କ ନେତୃତ୍ବରେ ଆଜୀବନ ସଦସ୍ୟ...

   Ad..


ଅବସରପ୍ରାପ୍ତ ଡାକ କର୍ମଚାରୀ ଶ୍ରୀ ବାସୁଦେବ ପ୍ରଧାନ ଙ୍କୁ ତାଙ୍କ ୱାର୍ଡ ନଂ ୧୮ ସ୍ଥିତ ଭାରତୀ ନଗର  ବାସଭବନରେ ସାକ୍ଷାତ କରିବା ସହିତ ନିକଟରେସମ୍ବଲପୁର ରୁ ତାଙ୍କର ସଫଳ ଅସ୍ତ୍ରୋପଚାର କରି ଫେରିଥିବା ଏବଂ ବର୍ତ୍ତମାନ ନିଜ ବାସଭବନରେ ସ୍ତ୍ରୀ ପୁଅ ଝିଅ ଙ୍କ ସହିତ ଖୁସିରେ ଥିବା ପ୍ରକାଶ କରିଥିଲେ।

Ad..


ଏହାପରେ ଉଭୟ ଓପନ ହାର୍ଟ ସର୍ଜରୀ ଓ ଛ ମାସ ପରେ ପାରଲିସିସରେ ଆକ୍ରାନ୍ତ ଓ ଚିକତ୍ସିତ ହୋଇ ଫେରିଥିବା ଏକାଶୀ ବର୍ଷୀୟ ଆଜୀବନ ସଦସ୍ୟ ଅବସରପ୍ରାପ୍ତ ଡି.ଏସ.ପି ଦୁର୍ଗା ପ୍ରସାଦ ବେହେରାଙ୍କୁ ସାକ୍ଷାତ କରି ତାଙ୍କର ନିରାମୟ ଦୀର୍ଘ ଜୀବନ କାମନା କରିଥିଲେ।

Ad..



ଆମ ସଂଘର ଏହି ସାକ୍ଷାତକାର ଅଭିଯାନ କୁ ଭୂୟସୀ ପ୍ରଶଂସା କରିବା ସହିତ ପୁଣି ଆଉଥରେ କେବେ ଆସିବାକୁ ଶ୍ରୀ ପ୍ରଧାନ ଓ ଶ୍ରୀ ବେହେରା ଅନୁରୋଧ କରିଥିଲେ।

ଏହି ପ୍ରତିନିଧି ମଣ୍ଡଳୀରେ ସଂଗଠନ ସଂପାଦକ କେଦାର ମିଶ୍ର, ବରିଷ୍ଠ ସଦସ୍ୟ ବଳରାମ ବାବୁ, ବିନୋଦ ବିହାରୀ ପଣ୍ଡା, ଦେବୀ ପଟ୍ଟନାୟକ, ତୁଳସୀ ଚରଣ ଦାଶ ଆଦି ଯାଇଥିଲେ।

ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏହି ସାକ୍ଷାତକାର ଅଭିଯାନ କୁ ଅନ୍ୟ ସଂଘମାନେ ମଧ୍ୟ ପ୍ରଶଂସା ଓ ଅନୁକରଣ କରୁଥିବା ସଂପାଦକ ଶ୍ରୀ ଦାଶ ପ୍ରକାଶ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post