ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବିଜେଡିର କୋରାପୁଟ ଡିଆଇଜି କାର୍ଯ୍ୟାଳୟ ଘେରାଉ...

ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ବିଜେଡିର କୋରାପୁଟ ଡିଆଇଜି କାର୍ଯ୍ୟାଳୟ ଘେରାଉ...


ଜୟପୁର,୨୬/୦୭ : ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନାକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଜେଡି ନେତା ଓ କର୍ମୀ ମାନେ ଜୟପୁର ସ୍ଥିତ ଡିଆଇଜି କାର୍ଯ୍ୟାଳୟ ଘେରାଓ କରିଛନ୍ତି। 

Ad..


୪ ଟି ଜିଲ୍ଲାର ବିଜେଡି ନେତା ଓ କର୍ମୀ ମାନେ ଆନ୍ଦୋଳନରେ ସାମିଲ ହୋଇ ପ୍ରତିବାଦ କରିଛନ୍ତି। ମହିଳା ମାନଙ୍କ ସୁରକ୍ଷା ଲାଗି ବିଜେଡି ସଂଗ୍ରାମ ଜାରି ରଖିବ ବୋଲି ଆହ୍ୱାନ ଦେଇଛି।

Ad..


ଏହି ବିକ୍ଷୋଭରେ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ବିଧାୟକଙ୍କ ସମେତ ବହୁ ବିଜୁ ଜନତା ଦଳର ନେତୃବୃନ୍ଦ ସାମିଲ ହୋଇଛନ୍ତି ।

    Ad..


ଏହି ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ସାଂସଦ ରମେଶ ମାଝୀ, ପ୍ରଦୀପ ମାଝୀ, ଝିନ୍ନ ହିକକା, ପୂର୍ବତନ ବିଧାୟକ ପ୍ରଭୁ ଯାନୀ, ରଘୁରାମ ପଡାଲ, ମନୋହର ରନ୍ଧାରୀ, ପଦ୍ମିନୀ ଦିଆନ, ବିଜେଡି ନେତା ଭୁର୍ଗୁ ବକ୍ସିପାତ୍ର, ରବି ନନ୍ଦଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀମାନେ ଧାରଣାରେ ସାମିଲ ହୋଇଥିଲେ ।




Edited by k.s thakur...

Post a Comment

Previous Post Next Post