ଜନ ଶୁଣାଣି ଚାଲିଥିବା ବେଳେ ଅଫିସରେ ପଶି ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼; ୩ ଗିରଫ...
ଭୁବନେଶ୍ଵର,୦୧/୦୭ : ଅଫିସ ଭିତରେ ପଶି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ । ମାଡ଼ ଓ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁ।
Ad..
ସୋମବାର ଅଭିଯୋଗ ଶୁଣାଣି ଚାଲିଥିବାବେଳେ ୫ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଧଶେଇ ପଶି ଅଧିକାରୀଙ୍କୁ ମାଡ଼ ମାରିଥିଲେ । ଏହା ପରେ ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ କରାଯାଇଥିଲା ।ଅନ୍ୟପଟେ ସିସିଟିଭି ଫୁଟେଜରେ ଆକ୍ରମଣକାରୀଙ୍କ ଦୃଶ୍ୟ ରେକର୍ଡ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି ପୋଲିସ।
Ad..
ସେମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଧାନ ଗିରଫ । ଖାରବେଳନଗର ଥାନାରେ ଏତଲା ଆଧାରରେ ଗିରଫ କରାଯାଇଛି । ଏହା ପରେ କଡ଼ା ଆଇନରେ କୋର୍ଟ ଚାଲାଣ କରାଯିବ କହିଲା ପୋଲିସ । ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି ।
ସୂଚନା ଯୋଗ୍ୟ; କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ଗୋଟିଏ ୱାର୍ଡର ସ୍ବଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଅଭିଯୋଗକୁ ନେଇ ତଦନ୍ତ କରୁଥିଲେ ଅତିରିକ୍ତ କମିଶନର । ଏହି ସମୟରେ ୫ ଜଣ ଯୁବକ ଚାମ୍ବରକୁ ଧଶେଇ ପଶି ବିଜେପି ନେତାଙ୍କୁ କ’ଣ କହିଲେ ବୋଲି ପ୍ରଶ୍ନ କରିଥିଲେ।
ଏହା ପରେ ତାଙ୍କୁ ମାଡ ମାରିଥିଲେ। ଏହା ପରେ ଏ ନେଇ ଖାରବେଳନଗର ଥାନାକୁ ଖବର ଦିଆଯାଇଥିଲା। ସିସିଟିଭି ଫୁଟେଜରେ ଆକ୍ରମଣକାରୀଙ୍କ ଦୃଶ୍ୟ ରେକର୍ଡ ହୋଇଛି । ଅଭିଯୋଗ ପରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
କାର୍ଯ୍ୟାଳୟରେ ପଶି ଏପରି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିଏମସି ମେୟର ସୁଲଷାଚନା ଦାସ ।
Edited by k.s thakur...
Tags:
3 arrested
additional commissioner
beaten
Bhubaneswar
BMC
latest news
latest update
odisha daily current affairs



