ଅତିରିକ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା...

ଅତିରିକ୍ତି ଜିଲ୍ଲା ସମାଜ ମଙ୍ଗଳ  ଅଧିକାରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା...


ପଦ୍ମପୁର,୦୧/୦୭ : ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସଭାଗୃହଠାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସିଦ୍ଧାର୍ଥ ପଟ୍ଟାୟକ ଙ୍କ ତା.୩୦.୦୬.୨୦୨୫ରିଖରେ ଚାକିରିରୁ ଅବସର ଗ୍ରହଣ କଲେ।

Ad..


ଶ୍ରୀ ପଟ୍ଟାୟକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟାଳୟର ଅଧିକାରୀ ତଥା ସମସ୍ତ କର୍ମଚାରୀଙ୍କ ତରଫରୁ  ଅତିରିକ୍ତ ଜିଲ୍ଲାପାଳ କୁନାଳ ମୋତିରାମ ଚୌହାନ ଓ ଉପଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରୁଗୁଲା, ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ତାଙ୍କ ଅମୂଲ୍ୟ ଅବଦାନ କୁ ସ୍ମରଣ କରିବା ସହ କାର୍ଯ୍ୟାଳୟ ର ଏକ ଅଂଶ ଭାବେ ସେ ସର୍ବ‌‌ଦା ନିଷ୍ଠାପର ଏବଂ ଶୃଙ୍ଖଳିତ ଭାବେ କାର୍ଯ୍ୟକାରି ଆସିଥିବା ପ୍ରକାଶ କରିଥିଲେ।

            Ad..


ପରିଶେଷରେ ଶ୍ରୀ ପଟ୍ଟାୟକ ନିଜର ଦୀର୍ଘ  ୩୬ବର୍ଷ  ଚାକିରୀ ର ସମସ୍ତ ସହକର୍ମୀ ଏବଂ ପ୍ରଶାସନୀକ ଅଧିକାରୀ ଧନ୍ୟବାଦ ଜଣାଇ ତାଙ୍କ ଜୀବନଯାତ୍ରା ବିଷୟରେ ବର୍ଣ୍ଣନା କରି କର୍ମକ୍ଷେତ୍ରରେ ଏକତା ଏବଂ ସମର୍ପଣର ଗୁରୁତ୍ଵ କୁ ବ୍ୟାଖ୍ୟା କରିଥିଲେ। 

ତାଙ୍କ ଅସାଧାରଣ ସେବା ପାଇ ଅତିରିକ୍ତି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ, ଡେପୁଟି କଲେକ୍ଟର ଉପଜିଲ୍ଲାପାଳଙ୍କ ସହ ଓ ସମସ୍ତ  କର୍ମଚାରୀ ସ୍ମୃତି ଚିହ୍ନ ଏବଂ ଅସ୍ଥାୟୀ ପେନସନ ଅର୍ଡରପ୍ରଦାନ କରିବା ସହ ପରବର୍ତ୍ତୀ ଜୀବନରେ ସୁଖ,ସମୃଦ୍ଧି ଏବଂ ଶାନ୍ତି କାମନା କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post