ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ, କଡ଼ା ସୁରକ୍ଷାରେ ପୂରା ଶ୍ରୀକ୍ଷେତ୍ର...

ପୁରୀକୁ ଛୁଟୁଛି ଭକ୍ତଙ୍କ ସୁଅ, କଡ଼ା ସୁରକ୍ଷାରେ ପୂରା ଶ୍ରୀକ୍ଷେତ୍ର...


ପୁରୀ,୨୭/୦୬ : ରଥଯାତ୍ରା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା । ଶ୍ରୀକ୍ଷେତ୍ରରେ ପୂରା ପୋଲିସ ଛାଉଣୀ । ସୁରକ୍ଷା ବଳୟ ଭିତରେ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଏବଂ ସମଗ୍ର ପୁରୀ । ଏଆଇ ନଜରରେ ରହିଛି ପୁରୀ । ବିଭିନ୍ନ ସ୍ଥାନରେ ଲାଗିଛି ୨୭୫ ଏଆଇ କ୍ୟାମେରା। 

Ad..


ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ, ପୁରୀରୁ କୋଣାର୍କ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା। ଅଘଟଣ ଏଡ଼ାଇବାକୁ ସଜାଗ ରହିଛି ପ୍ରଶାସନ। ଏଥିପାଇଁ ନିୟୋଜିତ ଅଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ। ସଜାଗ ଅଛନ୍ତି ଆଣ୍ଟିଟେରୋରିଷ୍ଟ ସ୍କ୍ୱାଡ୍। 

Ad..


ତେବେ ୨୦୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ୨୧ ଆଇପିଏସ, ୧୨ ଶହ ଅଫିସର ନିୟୋଜିତ ଅଛନ୍ତି । ଟ୍ରାଫିକ୍ ପରିଚାଳନାରେ ୫୦ ପ୍ଲାଟୁନ୍ ଫୋର୍ସ ଓ ପୁଲିସ ସହ ଘରୋଇ ସୁରକ୍ଷା ଟିମ୍ ନିୟୋଜିତ ଅଛନ୍ତି । ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ଇତିମଧ୍ୟରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି । କିଛି ସମୟ ପରେ ରଥଟଣା ହେବ ଆଉ ନବଦିନାତ୍ମକ ଯାତ୍ରା କରିବେ ଶ୍ରୀଜିଉ। 

ମହାପ୍ରଭୁଙ୍କୁ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ହଠାତ୍ ଅଚେତ ହୋଇପଡିଲେ କିଛି ଭକ୍ତ । ଗରମ ଓ ଗୁଳୁଗୁଳି ପାଇଁ ଅସୁସ୍ଥ ହୋଇପଡିଲେ ଭକ୍ତ । ସାଙ୍ଗେ ସାଙ୍ଗେ ଅଗ୍ନିଶମ ବାହିନୀ ଦ୍ବାରା ଷ୍ଟେଚରରେ ସେମାନଙ୍କୁ ବୋହି ନେଇଥିବା ବେଳେ ଆମ୍ବୁଲାନ୍ସକୁ ଜରିଆରେ ମେଡିକାଲ ପଠାଯାଇଛି । 

ଆଉ ଏହି ସମୟରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ରଥଯାତ୍ରା ପାଇଁ ପୁରୀରେ ଜନସମୁଦ୍ର ଲହଡି ଭାଙ୍ଗୁଥିବା ବେଳେ ଆମ୍ବୁଲାନ୍ସ ପାଇଁ ୨ ଭାଗ ହୋଇଯାଇଛି ବଡଦାଣ୍ଡ । ଗହଳି ପୂରା ଦୁଇ ଭାଗ ହେଇଗଲା ଜରୁରୀକାଳୀନ ସେବା ପାଇଁ ଆଉ ଆମ୍ବୁଲାନ୍ସ ସେହି ଗହଳି ଆଡେଇ ଆଗକୁ ଆଗକୁ ମାଡିଗଲା । 

ତେବେ ଆମ୍ବୁଲାନ୍ସକୁ ବାଡ କଢେଇ ନେବାକୁ ଆରଏସଏସର ସ୍ବେଚ୍ଛାସେବୀମାନେ ସଙ୍ଗେସଙ୍ଗେ ଏକ କରିଡର ତିଆରି କରିଦେଲେ । ହାତକୁ ହାତ ଛଡି ଆମ୍ବୁଲାନ୍ସ ପାଇଁ କରିଡର କରିବା ପରେ ଭକ୍ତିର ଭିଡରେ ଆଗକୁ ଯାଇଛି ଆମ୍ବୁଲାନ୍ସ। 




Edited by k.s thakur...

Post a Comment

Previous Post Next Post