ବିଜେପି ବରଗଡ ଜିଲ୍ଲା ତରଫରୁ କଳା ଦିବସ ପାଳିତ...

ବିଜେପି ବରଗଡ ଜିଲ୍ଲା ତରଫରୁ କଳା ଦିବସ ପାଳିତ...


ବରଗଡ଼,୨୬/୦୬ : ଗୁରୁବାର ଦିନ ସଂଧ୍ୟା ସମୟରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଡ଼ ଅରୂପାନନ୍ଦ ସାହୁ ଙ୍କ ସଭାପତିତ୍ବରେ କଳା ଦିବସ ପାଳନ କରାଯାଇଛି। 

Ad..


ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ନିଜ କ୍ଷମତା ର ଅପବ୍ୟବହାର କରି ୧୯୭୫ ମସିହା ଜୁନ ୨୫ ତାରିଖରେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ ଏବଂ ଭାରତୀୟ ସମ୍ବିଧାନ କୁ ହତ୍ୟା କରିଥିଲେ। 

Ad..


ଏଣୁ ଏହି ଦିନକୁ ବିଜେପି ତରଫରୁ ସାରା ଭାରତ ବର୍ଷରେ କଳା ଦିବସ ରୁପେ ପାଳନ କରାଯାଉଛି।ସମ୍ମାନିତ ଅତିଥି ଭାବେ ବରିଷ୍ଠ ନେତା ରବି ନାରାୟଣ ଦାଶ, ଅଶୋକ ପଣ୍ଡା, କୁଶ କୁମ୍ଭାର,ଗୁନାରୁ ପଧାନ, ସୁବ୍ରତ ହୋତା, ଅବନିକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ଜରୁରୀକାଳୀନ ପରିସ୍ଥିତି ର ତୀବ୍ର ନିନ୍ଦା କରିଥିଲେ। 

ଏହି ଅବସରରେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଜେଲ୍ ଯାଇଥିବା ପ୍ରଫୁଲ୍ଲ ସୁନା ଏବଂ ବ୍ରଜକିଶୋର ସୁନାଙ୍କ ଧର୍ମପତ୍ନୀ ଙ୍କୁ ସମ୍ମାନିତ କରାଯାଇଥିଲା।ଶେଷରେ ବରିଷ୍ଠ ନେତା ଅକୁର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...




Post a Comment

Previous Post Next Post