ଯାଜପୁର ବିଞ୍ଝାରପୁରରେ ସମସ୍ତ ଢାବା ଓ ଫାଷ୍ଟଫୁଡ୍‌ ବନ୍ଦ ନିର୍ଦ୍ଦେଶ ଦେଲା ଜିଲ୍ଲା ପ୍ରଶାସନ...

ଯାଜପୁର ବିଞ୍ଝାରପୁରରେ ସମସ୍ତ ଢାବା ଓ ଫାଷ୍ଟଫୁଡ୍‌ ବନ୍ଦ ନିର୍ଦ୍ଦେଶ ଦେଲା ଜିଲ୍ଲା ପ୍ରଶାସନ...


ଯାଜପୁର,୧୬/୦୬ : ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନକୁ ଦିନ ବ୍ୟାପିଛି  ଡାଇରିଆ। ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ୨ ସପ୍ତାହ ପାଇଁ ସମସ୍ତ ଢାବା ଓ ଫାଷ୍ଟଫୁଡ୍‌ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । 

     Ad..


ଚାଟ୍, ଗୁପ୍‌ଚୁପ୍‌, ଆଇସ୍‌କ୍ରିମ୍ ଫ୍ୟାକ୍ଟ୍ରି ବନ୍ଦ ରଖିବାକୁ ନିର୍ଦ୍ଦେଶ । ଏହା ସହ ପାଣି ପାଉଚ୍, ମାଛ, ଚିକେନ୍, ମଟନ୍ ଦୋକାନ ବି ବନ୍ଦ ରହିବ। ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ହୋଇଛି।

         Ad..


ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଢାବା ଫାଷ୍ଟଫୁଡ୍, ଚାଟ୍, ଗୁପଚୁପ୍ ଦୋକାନ ମଧ୍ୟ ଖୋଲାଯାଇ ପାରିବ ନାହିଁ। ବିନା ଅନୁମତିରେ କୌଣସି ଦୋକାନ ଖୋଲିଲେ ସଂପୃକ୍ତ ଦୋକାନୀଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।



Edited by k.s thakur...




Post a Comment

Previous Post Next Post