ପରିବର୍ତନ ଟ୍ରଷ୍ଟ ତରଫରୁ ମାଗଣା ଶିଶୁ ସ୍ବାସ୍ଥ୍ୟ ଶିବିର...
ବରଗଡ଼,୧୬/୦୬ : ରବିବାର ଦିନ ବରଗଡ଼ ସ୍ଥିତ କୁର୍ଲା ଠାରେ " ପରିବର୍ତନ ଟ୍ରଷ୍ଟ " ତରଫ ରୁ ଏକ ମାଗଣା ଶିଶୁ ସ୍ବାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।
Ad..
ଏହି ଶିବିର ରେ ଅତିଥି ଭାବେ ବନ୍ଦା ସରପଞ୍ଚ କିରଣ ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ।ଏହି ଶିବିର ରେ ଶିଶୁ ରୋଗ ବିଶେଷଜ୍ଞ ଡ଼. ଅମିତ କୁମାର ଭୋଇ ଯୋଗ ଦେଇ କୁର୍ଲା ତଥା ଆଖ ପାଖ ଅଞ୍ଚଳର ୨୫୦ ଜଣ ଶିଶୁ ଙ୍କୁ ମାଗଣା ଚିକିତ୍ସା ସହ ରକ୍ତ ପରୀକ୍ଷା ଓ ସଂପୂର୍ଣ୍ଣ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।
Ad..
ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ପରିବର୍ତ୍ତନ ଟ୍ରଷ୍ଟ ର ମୂଳ ଲକ୍ଷ୍ୟ ଯାହା କି ଶିଶୁ ମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ତଥା ଶିକ୍ଷ୍ୟା ଉପରେ ଧ୍ୟାନ ଦେବା ପାଇଁ ଅଞ୍ଚଳ ବାସୀ ଙ୍କୁ ସଚେତନ କରାଗଲା । ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଦସ୍ୟ ସମୀର ପଧାନ , ରୋଷନ୍ ପ୍ରଧାନ , ସୁରଜ୍ ସାହୁ , ଆନନ୍ଦ ପ୍ରଧାନ , ଅଭିଳାଷ ପଧାନ, ଭୂପତି ପଧାନ ଓ ଗ୍ରାମ ବାସୀ ମାନେ ସହଯୋଗ କରିଥିଲେ ।
Report : Bijay ku sahu
Edited by k.s thakur...



