ଜୁନ ୮ ବରଗଡ଼ ରେ ଅନୁଷ୍ଟିତ ହେବ ସଙ୍କୀର୍ତ୍ତନ ସଂସ୍କୃତି ସୁରକ୍ଷା ପାଇଁ ଆଲୋଚନ ଚକ୍ର...

ଜୁନ ୮ ବରଗଡ଼ ରେ ଅନୁଷ୍ଟିତ ହେବ ସଙ୍କୀର୍ତ୍ତନ ସଂସ୍କୃତି ସୁରକ୍ଷା ପାଇଁ ଆଲୋଚନ ଚକ୍ର...


ବରଗଡ଼,୦୧/୦୬ : ସ୍ଥାନୀୟ ଖଜୁରଟିକ୍ରା ଗନ୍ତାୟତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶ ଙ୍କ ଅଧ୍ୟକ୍ଷତା ରେ ଏକ ଗୁରୁତ୍ବ ପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇ ଯାଇଛି। 

          Ad..


ଉକ୍ତ ବୈଠକ ରେ ଆସନ୍ତା ଜୁନ ୮ ରବିବାର  ବରଗଡ଼ ଠାରେ ସାଂପ୍ରତିକ ପରିସ୍ଥିତି ରେ ସଙ୍କୀର୍ତ୍ତନ ଅପ ସଂସ୍କୃତି ଆଡ଼କୁ ଗତି କରୁଥିବା ରୁ ସଙ୍କୀର୍ତ୍ତନ ସଂସ୍କୃତି ର ସୁରକ୍ଷା ପାଇଁ ବରଗଡ଼ ଜିଲ୍ଲା ର ବିଭିନ୍ନ ବ୍ଲକ ର ବରେଣ୍ୟ ସଙ୍କୀର୍ତ୍ତନ ପ୍ରେମୀ ଓ ଗୌରାଙ୍ଗ ଭକ୍ତ ମାନଙ୍କୁ ନେଇ  ବରଗଡ଼ ଠାରେ "ସଙ୍କୀର୍ତ୍ତନ ରେ ଅଶ୍ଲୀଳ ଓ ଦୁଇ ଅର୍ଥ ବୋଧକ ପରିବେଷଣ କୁ...

         Ad..


ବିରୋଧ ଏକ ସାମାଜିକ ଆହ୍ବାନ"  ଶୀର୍ଷକ ଉପରେ ଆଲୋଚନା ଚକ୍ର  ଅନୁଷ୍ଟିତ ହେବା ପାଇଁ ନିଷ୍ପତ୍ତି ଗୃହୀତ ହୋଇ ଯାଇଛି। ଏହି ଅବସର ରେ ପରିଷଦ ର ସମ୍ପାଦକ ପଣ୍ଡିତ ଜୟଦେବ ପଣ୍ଡା ଏହି  କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମସ୍ତ ଙ୍କ ସହଯୋଗ ସହିତ ସଫଳ ଆୟୋଜନ ପାଇଁ ମତାମତ କାମନା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ର ବରେଣ୍ୟ ଓ ବରିଷ୍ଠ ସଦସ୍ୟ ଲଳିତ ମୋହନ ପଣ୍ଡା ,ନୀଳ ମାଧବ ଦେବତା ,ରାମଚନ୍ଦ୍ର ସାହୁ, ମୀନ କେତନ ମେହେର,ପ୍ରଦୀପ ମାହନା ମୋତିରାମ ସାହୁ,ଗୌର ଚନ୍ଦ୍ର ସାହୁ,ଗୋରା ଚାନ୍ଦ ସାହୁ,ପ୍ରଦୀପ କୁମାର ମିଶ୍ର,ସୁରେଶ ଗନ୍ତାୟତ ,ସୁଶିଲ ଠାକୁର, ଶିବ ନାରାୟଣ ସେଟ୍,ଦେବେନ୍ଦ୍ର କୁମାର,ଅରୁଣ ପ୍ରଧାନ ,ଭରତ ପ୍ରଧାନ, ନାଏକ,ନିରଞ୍ଜନ ପାଣ୍ଡେ,ବନବାସ ଭୁଏ,ସଞ୍ଜୀବ ସାହୁ,ଦଖଲ ବାରିକ,ଅମନ୍ ମାହାନା,ଲଳିତ କୁମାର ପାଣିଗ୍ରାହୀ,ଜଗତ କାଣ୍ଡ ପ୍ରମୁଖ ବିଭିନ୍ନ ବ୍ଲକ ପ୍ରତିନିଧି ଉପସ୍ଥିତ ରହି ଏହି ଆଲୋଚନା ଚକ୍ର ର ସଫଳ ଆୟୋଜନ ପାଇଁ ସୂ ଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। 

ଜୁନ ୮ ରେ ଅନୁଷ୍ଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ  ରେ ଜିଲ୍ଲା ର ସମସ୍ତ ସଙ୍କୀର୍ତ୍ତନ ପ୍ରେମୀ ଯୋଗ ଦାନ କରିବାକୁ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ତରଫରୁ ସୂଚନା କରାଯାଇଛି ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post