ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ମିଳିବ ଆମ୍ବୁଲାନ୍ସ ସେବା...

ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ମିଳିବ ଆମ୍ବୁଲାନ୍ସ ସେବା...


ଭୁବନେଶ୍ଵର,୧୭/୦୬ : ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ମିଳିବ ଆମ୍ବୁଲାନ୍ସ ସେବା । ଅନ୍‌ଲାଇନ୍‌ରେ ଆମ୍ବୁଲାନ୍ସ ବୁକିଂ କରିବେ ସାଧାରଣ ଲୋକ । ଏ ନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। 

           Ad..


ସେ କହିଛନ୍ତି ଏଣିକି ଓଡ଼ିଶା ଯାତ୍ରୀ ଆପ୍‌ରେ ଯୋଡ଼ିହେବ ଆମ୍ବୁଲାନ୍ସ ସେବା। ଅନଲାଇନ୍‌ରେ ବୁକିଂ କରିପାରିବେ ସରକାରୀ ଓ ଘରୋଇ ଆମ୍ବୁଲାନ୍ସର ସେବା।ପରିବହନ ବିଭାଗ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବ।

         Ad..


ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଅଟୋ, ଟ୍ୟାକ୍ସି ପରେ ଘରୋଇ ଆମ୍ବୁଲାନ୍ସକୁ ଓଡ଼ିଶା ଯାତ୍ରୀ ଆପ୍‌ ସହ ଯୋଡ଼ାଯିବ । ଆମ୍ବୁଲାନ୍ସ ସେବା ରେଟ୍‌ ସରକାର ନିର୍ଦ୍ଧାରଣ କରିବେ । ରୋଗୀଙ୍କ ସମ୍ପର୍କୀୟ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ଓଡ଼ିଶା ଯାତ୍ରୀ ସହ ଯୋଡ଼ି ହେବେ ଏବଂ ଅନ୍‌ଲାଇନ୍‌ରେ ଆମ୍ବୁଲାନ୍ସ ବୁକ୍ କରିପାରିବେ। ଏହାର ସଂରକ୍ଷଣ ଦାୟିତ୍ୱ ପରିବହନ ବିଭାଗ ନେଇଛି ଏବଂ କ୍ରୁଟ ସହାୟତାରେ ଏହାକୁ ପରିଚାଳନା କରାଯିବ।




Edited by k.s thakur...



Post a Comment

Previous Post Next Post