ବରଗଡ଼ ୱାର୍ଡ ନଂ ୧୧ ଘରୋଇ ବସଷ୍ଟାଣ୍ଡ ଅଞ୍ଚଳରେ ଏକ ସଫେଇ ଅଭିଯାନ...

ବରଗଡ଼ ୱାର୍ଡ ନଂ ୧୧ ଘରୋଇ ବସଷ୍ଟାଣ୍ଡ ଅଞ୍ଚଳରେ ଏକ ସଫେଇ ଅଭିଯାନ...


ବରଗଡ଼,୧୭/୦୬ : ଆଜି ମଙ୍ଗଳବାର ଦିନ ବରଗଡ଼ ୱାର୍ଡ ନଂ ୧୧ ଘରୋଇ ବସଷ୍ଟାଣ୍ଡ ଅଞ୍ଚଳରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଅଛି ।କାଉନସିଲର ଶ୍ରୀମତୀ ସୁନନ୍ଦା ପଣ୍ଡା ଙ୍କ ତତ୍ବାବଧାନରେ ହୋଇଥିବା ଏହି ଅଭିଯାନ କୁ ବ୍ୟାପକ କରାଯାଇ ସମସ୍ତ ଅଞ୍ଚଳକୁ ସଫା ସୁତୁରା ରଖାଯିବ ବୋଲି ଶ୍ରୀମତୀ ପଣ୍ଡା ତାଙ୍କ ବକ୍ତବ୍ୟରେ ଜଣାଇଛନ୍ତି।

            Ad..


ଏହି ଅବସରରେ ସଫେଇ କର୍ମଚାରୀମାନଙ୍କ ଗହଣରେ ବିଶିଷ୍ଟ ସମାଜସେବୀ ଶ୍ରୀ ସତ୍ୟ ନାରାୟଣ ପଣ୍ଡା ଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ରେ ବରଗଡ଼ ପୈାରପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝୀ,ପି.ଡି. ଡି.ଆର୍.ଡିଏ - ଲଳାଟ ଲୁହା... 

Ad..


ବରଗଡ଼ ପୈାରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ, ଶ୍ରୀ ନିବାସ ମଲ୍ଲିକ, ତଥା ଅନ୍ୟାନ୍ୟ ଅଧିକାରୀ ଓ ସଫେଇ କର୍ମଚାରୀମାନେ ଯୋଗଦେଇ ସହଯୋଗ କରିଥିବାରୁ ଶ୍ରୀମତୀ ପଣ୍ଡା କୃତଜ୍ଞତା ଜ୍ଞାପନ କରିଥିଲେ।ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରମୋଦ ଝାଙ୍କର ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post