କଟକ ଜନନୀ ହସ୍ପିଟାଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ...

କଟକ ଜନନୀ ହସ୍ପିଟାଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ...


କଟକ,୨୭/୦୬ :  ଜନନୀ ହସ୍ପିଟାଲ୍ ଉପରେ ଲାଗିଲା କଟକଣା। ସିଲ ହେଲା ଜନନୀ ହସ୍ପିଟାଲର ଓଟି। ନୂତନ ରୋଗୀଙ୍କୁ ମଧ୍ୟ ଆଡ଼ମିଶନ କରି ପାରିବେ ନାହିଁ। ଆବଶ୍ୟକୀୟ କାଗଜପତ୍ରନ ଥିବା ଓ ଅନିୟମିତତା ଅଭିଯୋଗରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଟିମ୍ ପଦକ୍ଷେପ ଗ୍ରହଣ କରିଛି।

             Ad..


କିଛି ଦିନ ତଳେ କଟକ ରାଣୀହାଟସ୍ଥିତ ଜନନୀ ହସ୍ପିଟାଲରେ ଜଣେ ମହିଳା ଭର୍ତ୍ତି ହୋଇଥିଲେ । ଡାକ୍ତର ଭୁଲ ବଶତଃ ଅପରେସନ୍‌ ବେଳେ ମହିଳାଙ୍କ ମଳଦ୍ବାର ନଳୀ କାଟିଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । 

             Ad..


ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗରଟିମ୍‌ ଯାଞ୍ଚ କରିଥିଲା। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରା ଯାଇଥିଲା ତଦନ୍ତ ପରେ ଆଜି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।




Edited by k.s thakur...




Post a Comment

Previous Post Next Post