ଭୁଲ ଇଞ୍ଜେକ୍ସନ ଦେବାରୁ ଗଲା ୫ ରୋଗୀଙ୍କ ଜୀବନ !

ଭୁଲ ଇଞ୍ଜେକ୍ସନ ଦେବାରୁ ଗଲା ୫ ରୋଗୀଙ୍କ ଜୀବନ !


କୋରାପୁଟ,୦୪/୦୬ : ଭୁଲ ଇଞ୍ଜେକ୍ସନରେ ଗଲା ଏକାଥରେ ପାଞ୍ଚ ପାଞ୍ଚଟା ଜୀବନ । ଗୋଟିଏ ରାତିରେ ୫ ରୋଗୀଙ୍କ ମୃତ୍ୟୁ। କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି। 

           Ad..


ଭୁଲ୍ ଇଞ୍ଜେକସନ୍ ଦେବା ପରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ। ଅପରେସନ ପରେ ସବୁ ଭଲ ଥିବା କହିଛନ୍ତି ସମ୍ପର୍କୀୟ ।ICUରେ ଇଞ୍ଜେକ୍ସନ ଦେବା ପରେ ମୃତ୍ୟୁ ଅଭିଯୋଗ ପରେ ସେଠାରେ ଉତ୍ତେଜନା ଦେଖାଦେଇଛି।

            Ad..


କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ବେଡ଼ରେ ଚିକିତ୍ସିତ ହେଉଥିଲେ । ନର୍ସ ଭୁଲ୍ ଇଞ୍ଜେକସନ ଦେଇଥିବାରୁ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 

ICUରେ ୩ ଜଣ ଓ ୱାର୍ଡରେ ୨ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୁଲ୍ ଇଞ୍ଜେକସନରୁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ଆଜି ହସ୍ତାନ୍ତର ମୃତଦେହ କରାଯିବ ବୋଲି ଜଣାପଡିଛି।



Edited by k.s thakur...





Post a Comment

Previous Post Next Post