ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ...

ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ...


ପାରାଦୀପ,୦୪/୦୬ପାରାଦୀପ ଇଣ୍ଡଷ୍ଟ୍ରିଆଲ ଏରିଆରେ ଆମୋନିଆ ଗ୍ୟାସ୍‌ ଲିକ୍‌। ଆଇସ୍ ଫ୍ୟାକ୍ଟ୍ରି ରୁ ଲିକେଜ୍ ହେଲା ଆମୋନିଆ। ୪ ଜଣ ଅସୁସ୍ଥ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଆଖି ଓ ନାକ ପୋଡୁଛି। ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ୍‌ ନିୟନ୍ତ୍ରଣ କରୁଛି ଅଗ୍ନିଶମ ବାହିନୀ।

            Ad..


ପାରାଦୀପ ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଆମୋନିଆ ଗ୍ୟାସ ଲିକ ହୋଇ ୪ ଜଣ ଅସୁସ୍ଥ ହୋଇଛନ୍ତି। ଆଇସ୍ ଫ୍ୟାକ୍ଟ୍ରିରୁ ଲିକେଜ୍ ହୋଇଛି ଆମୋନିଆ। କମ୍ପାନୀର ହୋଷ୍ଟ ପାଇପ ଫାଟି ଆମୋନିଆ ଗ୍ୟାସ ବ୍ୟାପିଥିବା ସନ୍ଦେହ କରାଯାଉଛି।

            Ad..


 
ସ୍ଥାନୀୟ ଅଞ୍ଚଳରେ ଆମୋନିଆ ଗ୍ୟାସର ପ୍ରଭାବରେ ଲୋକଙ୍କ ଆଖି ଓ ନାକ ପୋଡୁଥିବା ସୂଚନା ମିଳିଛି। ଇଫକୋ, ପିପିଏଲ, କୁଜଙ୍ଗ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଲିକେଜ୍‌ ହେଉଥିବା ଗ୍ୟାସକୁ ନିୟନ୍ତ୍ରଣ କରୁଛନ୍ତି। 

ସେପଟେ ଘଟଣା ସ୍ଥଳରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର, ଲକ୍‌ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ପ୍ରକାଶ ଥାଉ କି ଯଦି ସେହି ଫ୍ୟାକ୍ଟ୍ରିରେ ଆଇସ୍‌ ଖାଇବା ପାଇଁ ତିଆରି ହେଉଛି ତେବେ ଖାଦ୍ୟ ନିରାପତ୍ତା ଲାଇସେନ୍ସ ଅଛି କି ନାହିଁ ତାହା ଜରୁରୀ। ପରିବେଶ ପ୍ରଦୂଷଣ ସାର୍ଟିଫେକେଟ ଅଛି କି ନାହିଁ ଯାଞ୍ଚ ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବୀ ହେଉଛି।



Edited by k.s thakur...




Post a Comment

Previous Post Next Post