ପାଇକମାଳ ବ୍ଲକ କୁଆପାଲି ଗ୍ରାମରେ ଝାଡା ବାନ୍ତି ୫୭ ଆକ୍ରାନ୍ତ,୧୮ ଜଣଙ୍କୁ ପଦ୍ମପୁର ସ୍ଥାନାନ୍ତରିତ...
ବରଗଡ଼,୧୪/୦୬ : ବରଗଡ ଜିଲ୍ଳା ପାଇକମାଳ ବ୍ଲକ କୁଆପାଲି ଗ୍ରାମରେ ପ୍ରାୟ ୫୭ ଜଣ ଝାଡା ବାନ୍ତି ରୋଗରେ ପଡିଛନ୍ତି। ଝାଡା ବାନ୍ତି ଅଣାୟତ୍ତ ହେବାରୁ ୧୭ ଜଣଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠା ଯାଇଛି।
Ad..
ପ୍ରକାଶ ଥାଉକି ଶୁକ୍ରବାର ଅପରାହ୍ନ ରେ କୁଆପାଲି ଗ୍ରାମର ଜନୈକ ବୟସ୍କା ଵୃଦ୍ଧା ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ଦିନ ଗଙ୍ଗା ଶ୍ରାଦ୍ଧ ଭୋଜି ଅନୁଷ୍ଠିତ ହୋଇ ଥିଲା। ଏଥିରେ ଗ୍ରାମବାସି ଏକତ୍ରିତ ହୋଇ ଭୋଜି ଖାଇ ଥିଲେ। ହେଲେ ସନ୍ଧ୍ୟା ସମୟରୁ କେତେକ ଲୋକଙ୍କୁ ଝାଡା ବାନ୍ତି ଆରମ୍ଭ ହୋଇ ଥିଲା।
Ad..
ଖବର ପାଇ RBSK ଡ଼ା ସୁଦୀପ୍ତ ସାହୁ, CHO ରମି ରଶ୍ମିତା, ANM ଖୁଦେଶ୍ୱରୀ ପଧାନ ସତ୍ୟଭୂଷଣ ସାହୁ, ସମୀର ଭୋଇ, ଅଶୋକ ବଂଛୋର ପ୍ରମୁଖ କର୍ମଚାରୀ ମାନେ କୁଆପାଲି ଗାଁ କୁ ଯାଇ ଆଶାକର୍ମୀ କନକଲତା ବରିହା, ଅଙ୍ଗନବାଡି କର୍ମୀ ସବିତା ସିଦାର ପ୍ରମୁଖଙ୍କ ସହ ଗାଁରେ ଘର ଘର ଯାଇ ଚିକିତ୍ସା ଆରମ୍ଭ କରି ଥିଲେ।
ରାତ୍ରରେ ବେଶୀ ରୋଗୀ ହେବାରୁ ୧୭ ଜଣଙ୍କୁ ପଦ୍ମପୁର ଚିକିତ୍ସା ପାଇଁ ପଠାଯାଇଥିଲା। ଶନିବାର ସକାଳେ ସିଡ଼ିଏମଓ ଡ଼ା କୁବେର ଚନ୍ଦ୍ର ମହନ୍ତ, ଡ଼ା ଶୁଭ୍ରପ୍ରକାଶ ସେନାପତି, ଡ଼ା ସତୀଶ ନାୟକ,ଡ଼ା ଅ।ଲିଶା ପ୍ରଧାନ ଡ଼ା ଅଜିତ ମେହେର, ତେଜଭାନୁ ସାହୁ ପ୍ରମୁଖ ସମସ୍ତେ ମିଶି ଘର ଘର ଯାଇ ୧୬୧ ପରିବାରକୁ ଔଷଧ ବଣ୍ଟନ କରିଥିଲେ।
ଏଥିସହ ଗରମ ପାଣି ପିଇବା, ହେ୍ଲୋଜିଂ ବାଟିକା କୁ ପାଣିରେ ପକାଇବା, ବାସି ଖାଦ୍ୟ ନ ଖାଇବା ପାଇଁ ପରାମର୍ଶ ଦେଇଛୁ ବୋଲି ସିଡିଏମଓ ଡ଼ା ମହନ୍ତ, ଡାକ୍ତର ସୁଦୀପ୍ତ ସାହୁ, ପିଏଚଇଓ ଦୀପା ସାହୁ ପ୍ରମୁଖ ଙ୍କୁ ପଚାରିବାରୁ ସମସ୍ତ ଘଟଣା ବର୍ଣନା କରିଥିଲେ।
ଆହୁରି ମଧ୍ୟ୍ୟ ଏହି ଭୋଜିକୁ ଡୁଙ୍ଗୁରି ପାଳି, ଭଗତପୁର, ଓ ବନମାଳ ଗ୍ରାମର କେତେକ ବନ୍ଧୁ ମାନେ ଗଙ୍ଗା ଭୋଜି ଖାଇବାକୁ ଆସି ଥିଲେ ସେଥିମଧ୍ୟରୁ ତିନୋଟି ଗ୍ରାମରେ ମଧ୍ୟ୍ୟ ତିନିଜଣ ଲେଖାଏଁ ଅସୁସ୍ଥ ଥିଲେ ଏହି ଗ୍ରାମ ମାନଙ୍କୁ ସିଡ଼ିଏମଓ ପରିଦର୍ଶନ ରେ ଯାଇଥିଲେ।
ଶନିବାର ଚାରି ଜଣ ରୋଗୀଙ୍କ ଝାଡା, ଚାରି ଜଣ ରୋଗୀ କେଉଁ ପାଣି ପିଇ ଥିଲେ ତାର ସେମ୍ପୁଲ, ତଥା ଦୁଇ ଜଣ ରୋଗୀଙ୍କ ଖାଦ୍ୟ ସେମ୍ପୁଲ ଭୁବନେଶ୍ୱର ପଠା ଯାଇଛି, କୁଆପାଲି ଅଙ୍ଗନବାଡି ସେଣ୍ଟର ରେ ରବିବାର ତିନି ଜଣ ଙ୍କୁ ରଖାଯାଇଛି ଓ ଚିକିତ୍ସା ଚାଲିଛି, ଆହୁରି ୮ ଦିନ ଏହି କେମ୍ପ ଚାଲିବ ବୋଲି ଡ଼ା ସେନାପତି କହିଛନ୍ତି। ଅଂଚଳ ରେ ଡାଏରୀଆ ଲାଗିଛି ବୋଲି ଲୋକେ ଡରିଯାଇଥିବା ଦେଖା ଯାଇଛି।
Report : Bijay ku sahu
Edited by k.s thakur...



