ବିକାଶ ମେଳାରେ ସଂକଳ୍ପ ପରିବାର ସମ୍ବର୍ଦ୍ଧିତ...
ବରଗଡ଼,୧୪/୦୬ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା ବିକାଶ ମେଳା ତା 12/06/2025 ରୁ 21/06/2025 ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ବରଗଡ଼ ଯଦୁମଣି ପ୍ରଧାନ ଆଡିଟେରୀୟମ ଠାରେ ଆୟୋଜିତ ହୋଇଯାଇଛି।
Ad..
ଦ୍ଵିତୀୟ ଦିବସରେ ବରଗଡ଼ ଜିଲ୍ଲା ପ୍ରଭାରି ତଥା ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ,ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଓରମାସ ପଲ୍ଲିଶ୍ରୀ ମେଳା, ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ଏବଂ ରକ୍ତଦାନ ଶିବିର ଉଦଘାଟନ କରିବା ପରେ ଭିଭିନ୍ନ ସରକାରୀ ଯୋଜନାରେ ସହାୟତା ରାଶି ଏବଂ କାର୍ଯ୍ୟାଦେଶ ବଣ୍ଟନ ସହ...
Ad..
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅନୁଷ୍ଠାନ, ବ୍ୟକ୍ତିବିଶେଷ, କଳାକାର ଏବଂ କ୍ରୀଡ଼ାବିତଙ୍କୁ ସମ୍ମାନିତ କରିଛନ୍ତି। ଏହି ଅବସରରେ ବିଭିନ୍ନ ସାମାଜିକ କାର୍ଯ୍ୟ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ତଥା ସମାଜ ସେବା କ୍ଷେତ୍ରରେ ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ମାନ୍ୟବର ମନ୍ତ୍ରୀ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ମୁକେଶ ମହାଳିଙ୍ଗ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ଲୋକକଳା ଓ ବିଷୟବସ୍ତୁ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ସହ ମଂଚାସୀନ ଅତିଥିଙ୍କ ଦ୍ୱାରା ଜିଲ୍ଲା ସ୍ତରରେ ଓଡିଶା ସରକାରଙ୍କ ପ୍ରମୁଖ ଯୋଜନାର କାର୍ଯ୍ୟକାରିତା ଉପରେ ପର୍ଯ୍ୟବେସିତ ସୂଚନା ପୁସ୍ତିକାର ଉନ୍ମୋଚନ ସହ ଦୃଶ୍ୟ-ଶ୍ରାବ୍ୟ ଚିତ୍ର ପ୍ରଦର୍ଶନ କରାଯାଇଥିଲା।
Report : Bijay ku sahu
Edited by k.s thakur...



