ଭୁବନେଶ୍ବରରେ ହେବ ନାହିଁ ଏଲିଭେଟେଡ୍ ମେଟ୍ରୋ...
ଭୁବନେଶ୍ବର,୦୮/୦୬ : ଭୁବନେଶ୍ବରରେ ହେବନି ଏଲିଭେଟେଡ୍ ମେଟ୍ରୋ । ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ଆଜି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରାଜଧାନୀରେ ହେବ ନାହିଁ ଏଲିଭେଟେଡ୍ ମେଟ୍ରୋ ।
Ad..
କିନ୍ତୁ ପ୍ରଶାସନ ବର୍ତ୍ତମାନ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ରେଳ ନେଟୱାର୍କ ପ୍ରବର୍ତ୍ତନ ପାଇଁ ଯୋଜନା ଉପରେ କାର୍ଯ୍ୟ କରୁଛି। ସେଥିପାଇଁ ନଗର ଉନ୍ନୟନ ବିଭାଗ ଏନେଇ ଯୋଜନା ପ୍ରସ୍ତୁତି କରୁଛି ।ମନ୍ତ୍ରୀ କହିଛନ୍ତି ଭୂତଳ ମେଟ୍ରୋ ପାଇଁ ନୂଆ ଆଲାଇନମେଣ୍ଟ୍ ତିଆରି ହୋଇନାହିଁ ।
Ad..
ନଗର ଉନ୍ନୟନ ବିଭାଗ ଆଲାଇନମେଣ୍ଟ୍ କରିବା ପରେ ରେଳ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ । ଏଲିଭେଟେଡ୍ ମେଟ୍ରୋ ହେବ ନାହିଁ । ସମ୍ପୂର୍ଣ୍ଣ ଭୂତଳ ମେଟ୍ରୋ ନିର୍ମାଣ ହେବ । ଇଲେଭେଟେଡ ମେଟ୍ରୋ କରିଡର ଭୁବନେଶ୍ୱର ଏବଂ ଏହାର ଆଖପାଖର ସୌନ୍ଦର୍ଯ୍ୟକୁ କ୍ଷତି କରିବ।
ତେଣୁ, ମାଟିତଳେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା କିପରି କାର୍ଯ୍ୟକାରୀ ହେବ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା କେଉଁ ସର୍ଭେ କରାଯିବ, ତାହା ଆଲୋଚନା କରାଯିବ। କଣ ରହିବ ରୂପରେଖ ସେନେଇ ନଗର ଉନ୍ନୟନ ବିଭାଗ କାର୍ଯ୍ୟ ଆରମ୍ଭ କରିଛି ।
Edited by k.s thakur...

.jpg)

