ଶିକ୍ଷକ ନେତା ଅବନୀ କୁମାର ବରାଳଙ୍କ ୯୧ ତମ ଜୟନ୍ତୀ ପାଳନ...
ପଦ୍ମପୁର,୦୩/୦୬ : ଆଜି ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ର ପ୍ରତିଷ୍ଠାତା ଶିକ୍ଷକ ନେତା ପ୍ରଫେସର ଅବନୀ କୁମାର ବରାଳଙ୍କ ୮୧ ତମ ଜୟନ୍ତୀ ବରଗଡ଼ ଜିଲ୍ଳା ବେସରକାରୀ କଲେଜ ଶିକ୍ଷକ ସଂଘ ଆନୁକୂଲ୍ୟରେ ପଦ୍ମପୁର ସ୍ଥିତ ମହିଳା କନିଷ୍ଠ ମହାବିଦ୍ୟାଳୟ ପରିସର ରେ ପାଳିତ ହୋଇ ଯାଇଛି।
Ad..
ଜିଲ୍ଲା ସଂଘ ର ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ, ଉପ-ସଭାପତି ପ୍ରାଧ୍ୟାପକ ବିନୋଦ ବିହାରୀ ମିଶ୍ର,ସହ -ସଂପାଦିକା ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶ...
Ad..
ଅଧ୍ୟାପକ ବିଷ୍ଣୁ ପ୍ରସାଦ ଷଡ଼ଙ୍ଗୀ ପ୍ରମୁଖ ସ୍ବର୍ଗତ ପ୍ରଫେସର ବରାଳ ଙ୍କ ଫଟୋ ଚିତ୍ର ରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ତାଙ୍କର ବହୁମୁଖୀ ପ୍ରତିଭା ଓ ଶିକ୍ଷକ ସମାଜ ପ୍ରତି ଅବଦାନ ସମ୍ପର୍କ ରେ ସ୍ଵକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ।
ଅନ୍ୟ କର୍ମଚାରୀ ମାନଙ୍କ ମଧ୍ୟରେ ଦିଲ୍ଲୀପ କୁମାର ବେହେରା,ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଯୁବରାଜ ବେହେରା ,ବଳରାମ ସାହା ପ୍ରମୁଖ ସହାୟତା କରିଥିଲେ।
Report : Bijay ku sahu
Edited by k.s thakur...



