ସଂଯୁକ୍ତ କୃଷକ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, କୃଷି ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ...

ସଂଯୁକ୍ତ କୃଷକ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, କୃଷି ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ...


ବରଗଡ଼,୧୬/୦୬ : ସଂଯୁକ୍ତ କୃଷକ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ପ୍ରାକୃତିକ ବିପର୍ଯୟ ପରିଚାଳନା ମନ୍ତ୍ରୀ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଙ୍କ ଜରିଆରେ ମୌସୁମୀ ବର୍ଷା କାରଣ ରୁ ଯେମିତି ଅମଳ ଧାନ ନଷ୍ଟ ନ ହେବ ସେଦିଗରେ ପଦକ୍ଷେପ ନେବା ପାଇଁ ପାଞ୍ଚଦଫା ଦାବିପତ୍ର ପ୍ରଦାନ କରିଛନ୍ତି। 

Ad..


ଅନ୍ୟ ବର୍ଷ ତୁଳନାରେ ଅଧିକ ଚାଷୀ ପଞ୍ଜିକୃତ ହୋଇଛନ୍ତି ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ବହୁତ ମନ୍ଥର ଗତିରେ ଚାଲିଛି। ଗୋଟିଏ ପଟେ ପାଣିପାଗ ବିଭାଗ ଆଗୁଆ ମୌସୁମୀ ବର୍ଷା ର ସତର୍କ ଦେଇଥିବା ବେଳେ ରାଜ୍ୟ ରେ  ଧାନ କିଣା ପ୍ରସଙ୍ଗକୁ ନେଇ ସେପରି ତତ୍ପରତା ଦେଖାଯାଉନାହିଁ। 

            Ad..


ରାଜ୍ୟ ରେ 3 ଲକ୍ଷ 29 ହଜାର 050 ଜଣ ଚାଷୀ ପଞ୍ଚିକରଣ ହୋଇଥିଲେ ସେମାନଙ୍କ ମଧ୍ୟରୁ 1ଲକ୍ଷ 81ହଜାର 273 ଜଣ ଚାଷୀ 11 ଲକ୍ଷ 54 ହଜାର 640 କ୍ୟୁଣ୍ଟାଲ ଧାନ ବିକ୍ରି କରିଛନ୍ତି ଏନ୍ୟ 1ଲକ୍ଷ 47 ହଜାର 777 ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ବାକି ଅଛନ୍ତି। 

ଠିକ ସେହିପରି ବରଗଡ଼ ଜିଲ୍ଲାରେ ମଧ୍ୟ 91ହଜାର 006 ଜଣ ପଞ୍ଚିକୃତ ଚାଷୀଙ୍କ ମଧ୍ୟରୁ 66 ହଜାର 773 ଜଣ ଚାଷୀ 44 ଲକ୍ଷ 52 ହଜାର 466 କ୍ୟୁଣ୍ଟାଲ ଧାନ ବିକ୍ରି କରିଥିବା ବେଳେ ଅନ୍ୟ 24 ହଜାର 223 ଜଣ ଚାଷୀ ଧାନ ବିକ୍ରି କରିବାର ଅଛ। 

ଲାଗତର ଅଦିନିଆଁ ବର୍ଷା କାରଣ ରୁ ବହୁ ପରିମାଣ ର ଧାନ ନଷ୍ଟ ହୋଇ ଯାଇଅଛି ଏବଂ ଯେଉଁ ଧାନ ସୁରକ୍ଷିତ ଅଛି ତାହା ବିକ୍ରି କରିବା ପାଇଁ ଅତାବିରା 4,62,126 ବରଗଡ଼ 2,31,668 ଏବଂ ପଦ୍ମପୁର ଆର ଏମ ସି ରେ 4,02,063 ବସ୍ତା ଧାନ ପଡ଼ିରହିଛି। କିଛି ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡ଼ିରହିଛି। 

ମଣ୍ଡିରେ ସ୍ଥାନ ନ ଥିବାରୁ ଚାଷୀମାନଙ୍କ ଖଳା ବା ଘରେ ମଧ୍ୟ ଅସୁରକ୍ଷିତ ଭାବରେ ଧାନ ଅଛି। ଏଣୁ ଅତି ସମ୍ବେଦନଶୀଳ ଭାବେ ବିଚାର କରି କଷ୍ଟ ଉପାର୍ଜିତ ସମସ୍ତ ଧାନ ଯେମିତି କିଣା ଯାଇପାରିବ ସେଦିଗରେ ପଦକ୍ଷେପ ନେବା ପାଇଁ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି। 

ପ୍ରଥମେ ତୁରନ୍ତ ଵିଜ୍ଞାପନ ଦେଇ ଚାଷୀମାନଙ୍କ କଷ୍ଟ ଉପାର୍ଜିତ ସମସ୍ତ ଧାନ ମଣ୍ଡି କୁ ଆଣିବା ନିର୍ଦେଶ ଦିଆଯାଉ ଏବଂ ଧାନ ଯେମିତି ସୁରକ୍ଷିତ ରହିବା ତାହାର ସୁବ୍ୟବସ୍ଥା କରାଯାଉ, ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଚାଷୀଙ୍କ ଧାନ କିଣା ଯାଉ, ଅଦିନିଆଁ ବର୍ଷା ରେ ନଷ୍ଟ ହୋଇ ଥିବା ଧାନ ର ମାନ କୋହଳ କରି ସରକାରୀ ଧର୍ଯ୍ୟ ମୂଲ୍ୟ ରେ କିଣା ଯାଉ, ବିଭିନ୍ନ ମଣ୍ଡି ରେ ଦଲାଲ ସକ୍ରିୟ ହେଉଛନ୍ତି।

ଏଣୁ ଦଲାଲ ମୁକ୍ତ ମଣ୍ଡି ବ୍ୟବସ୍ଥା କରି ଧାନ ନେବାର ଅନୁମତି ପାଇଥିବା ରାଇସ ମିଲ ମାନଙ୍କୁ ତୁରନ୍ତ ଧାନ ଉଠାଇବା ନିର୍ଦେଶ ଦିଆଯାଉ. ଆପଣଙ୍କ ଘୋଷିତ ଧାନ କ୍ୟୁଣ୍ଟାଲ 31 ଶହ ଟଙ୍କା ପାଇବା ପାଇଁ ଅଧିକ ଚାଷୀ ପଞ୍ଚିକରଣ ହୋଇଛନ୍ତି, ଯେମିତି ସମସ୍ତ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରିବେ ସେଦିଗରେ ପଦକ୍ଷେପ ନିଆଯାଉ ବୋଲି ଜଣାଇଛନ୍ତି। 

କାର୍ଯ୍ୟକ୍ରମ ରେ ରମେଶ ମହାପାତ୍ର, ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ,ଶିବ ସାହୁ, କ୍ଷୀରୋଦ୍ର ପଧାନ, ସାରଥୀ ପଧାନ, ମୁକେଶ ସାହୁ, ସୁଦଂଶୁ ବିଶ୍ୱାଳ, ବୃନ୍ଦାବନ ପଧାନ, କଳାକାର ଦେହେରୀ, ପଦ୍ମଲୋଚନ ପଧାନ,ପୂର୍ଣ୍ଣ ଚନ୍ଦ୍ର ପଧାନ, ରାଜକିଶୋର ଦେହେରୀ, ହରି ସାହୁ, ଗୋପୀନାଥ ସାହୁ ଉପସ୍ଥିତ ଥିଲେ।





Edited by k.s thakur...



Post a Comment

Previous Post Next Post