କଣ୍ଟାବାଞ୍ଜି ଗସ୍ତରେ ବିଧାନସଭା ଗୃହ କମିଟି ସଦସ୍ୟ ; ପମ୍ପୁ ତାଲାବ ର ହେବ ପୁନରୁଦ୍ଧାର, ମନ୍ଥର ଗତିରେ ଚାଲୁଥିବା କାର୍ଯ୍ୟ ହେବ ଶୀଘ୍ର ସମ୍ପନ୍ନ...
କଣ୍ଟାବାଞ୍ଜି, ୨୬/୦୬ : ଓଡ଼ିଶା ବିଧାନସଭା ଗୃହ କମିଟର ୭ ଜଣ ସଦସ୍ୟ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଦିନିକିଆ ଗସ୍ତ କରିଛନ୍ତି।
Ad..
କଣ୍ଟାବାଞ୍ଜି ବିଧାୟକ ତଥା ଓଡ଼ିଶା ବିଧାନସଭା ଗୃହ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କ ନେତୃତ୍ବରେ ସଦସ୍ୟ ମାନେ କଣ୍ଟାବାଞ୍ଜି ସହରର ଜୀବନରେଖା କୁହାଯାଉଥିବା ପମ୍ପୁ ତାଲାବ ପରିଦର୍ଶନ କରି ଏହାର ସୌନ୍ଦର୍ଯ୍ୟକରଣ ଓ ପଙ୍କ ଉଦ୍ଧାର କୁ ନେଇ ଆଲୋଚନା କରିଥିଲେ।Ad..
ପରେ ତୁରେକେଲା ବ୍ଲକ ଅଧୀନ ଝରଣି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ତୁରେକେଲା ସରକାରୀ ଡାକ୍ତରଖାନା, ଚାହାରପାଣି ଗାଁର ମେଗା ବିଶୁଦ୍ଧ ଜଳ ପ୍ରକଳ୍ପ ବୁଲି ଦେଖୁବା ସହ ବଙ୍ଗୋମୁଣ୍ଡା ବ୍ଲକ ଓ ମୁରିବାହ ବାହାଳ ବ୍ଲକ ଆଦି ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ।
ମନ୍ଥର ଗତି ରେ ଚାଲୁଥିବା କାର୍ଯ୍ୟ ତ୍ଵରାନିତ ଗତିରେ ଅଗ୍ରସର କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ କହିଥିଲେ। ତତ୍ ସହିତ ଲୋକଙ୍କ ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟି ଦେଇଥିଲେ।
ଏହି କମିଟରେ ଅଧ୍ୟକ୍ଷ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ଖରୀଆର ବିଧାୟକ ଅଧିରାଜ୍ ପାଣିଗ୍ରାହୀ,ମାଲକାନଗିରି ବିଧାୟକ ନରସିଂହ ମାଡକାମି, କଣ୍ଟାମାଳ ବିଧାୟକ କଂହେଇ ଚରଣ ଡାଙ୍ଗ,ବିଧାୟକ ଉମାଚରଣ ମଲ୍ଲିକ,ବିଧାୟକ ଦୁର୍ଗା ପ୍ରସାଦ ଓ ଅନ୍ୟ ବିଧାୟକ ସାମିଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ, ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ବିଭାଗୀୟ ଅଧୂକାରୀ ଉପସ୍ଥିତ ଥିଲେ।ଗୃହ କମିଟି ସଦସ୍ୟ ମାନେ ଏ ନେଇ ରାଜ୍ୟ ସରକାର ପାଖରେ ରିପୋର୍ଟ ପ୍ରଦାନ କରି ବୋଲି ସୂଚନା ଦିଆଯାଇଛି।
Edited by k.s thakur...
Tags:
home committee members visit
kantabanji
latest news
latest update
odisha daily current affairs



