୧୫ ବର୍ଷରୁ କମ୍ ସିଏମ ଟ୍ରଫି - ୨୦୨୫ ଫୁଟବଲ ପ୍ରତିଯୋଗିତାର ବିଜୟୀ ଦଳ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ମାନିତ...
ବରଗଡ଼,୧୦/୦୬ : ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିବା ୧୫ ବର୍ଷରୁ କମ୍ ସିଏମ ଟ୍ରଫି - ୨୦୨୫ ଫୁଟବଲ ପ୍ରତିଯୋଗିତାର ଉଦଯାପନୀ/ଫାଇନାଲ ମ୍ୟାଚରେ ଆମ ବରଗଡ଼ ଦଳ ଭୁବନେଶ୍ୱରକୁ ୩-୨ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜେତା ହୋଇ ଜିଲ୍ଲାକୁ ଗୌରାବାନ୍ୱିତ କରିଛି।
Ad..
କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୬,୦୦୦ରୁ ଅଧିକ ଯୁବ ଖେଳାଳି ଅଂଶଗ୍ରହଣ କରିଥିଲେ ଓ ୮୫୮ଟି ମ୍ୟାଚ୍ ଖେଳାଯାଇଥିଲା ।
Ad..
ଏହି ସଫଳତାକୁ ଅବଲୋକନ କରି ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମଜିଷ୍ଟ୍ରେଟ୍ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରରେ ଏକ ବିଶେଷ ସମ୍ମାନ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ କୁମାର ପଟ୍ଟନାୟକ, ଜିଲ୍ଲା ଏଥ୍ଲେଟିକ୍ ଅସୋସିଏସନ୍ର ଉପାଧ୍ୟକ୍ଷ ଯୁଗଳ ପ୍ରସାଦ ସିଂହ, ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଏଫ ଏ ଓର ଉପାଧ୍ୟକ୍ଷ ଶ୍ରୀ ରବି ପଣ୍ଡା...
ଏଥ୍ଲେଟିକ୍ ସେକ୍ରେଟାରୀ ହରଦୀପ୍ ସିଂହ, ଫୁଟବଲ୍ ସେକ୍ରେଟାରୀ ଏସ କେ ସବଦର, ଭଣ୍ଡାରପାଳ ଡ଼ଃ ସୁଭ୍ରାଂଶୁ ଶେଖର ମହାପାତ୍ର, କ୍ରିକେଟ୍ ସେକ୍ରେଟାରୀ ଅମିୟ ଭୂଷଣ ସାହୁ, ଆଉଟଡୋର ଗେମ୍ସ ସେକ୍ରେଟାରୀ ସୁରେଶ ଦାଶ, ଓ ପରିଷଦ ସଦସ୍ୟ ପ୍ରଦୀପ ସାହୁ ଓ ମହେନ୍ଦ୍ର ଦାଶଙ୍କ ସମେତ ପୂର୍ବତନ ଖେଳାଳି ଅତିଶ ପଣ୍ଡା, ଜ୍ଞାନ ରଞ୍ଜନ ପୁଜାରୀ, ପ୍ରଦୀପ ପ୍ରଧାନ, ସଚିଦାନନ୍ଦ ପଣ୍ଡା, ପ୍ରସାନ୍ତ ଜେନା, ଓ ବିକାଶ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ।
ବରଗଡ଼ ଦଳକୁ ସୌରଭ କୁମାର ଭୋଇ କ୍ୟାପ୍ଟେନ୍ ଭାବେ ନେତୃତ୍ୱ ଦେଇଥିଲେ। ଦଳଟି ମୁଖ୍ୟ କୋଚ୍ ରମକାନ୍ତ ଦାଶ ଓ ସହକାରୀ କୋଚ୍ ଟିକେଶ୍ୱର ଖର୍ସେଲ୍ ଙ୍କ ନିର୍ଦ୍ଦେଶନା ଅନୁସାରେ ୨୫ ଜଣ ଖେଳାଳି ସହିତ ଏହି ମହତ୍ତ୍ୱପୂର୍ଣ୍ଣ ଅଭିଯାନରେ ଅଂଶଗ୍ରହଣ କରିଥିଲେ।
ଏହି ବିଜୟ ବରଗଡ଼ ଜିଲ୍ଲା ପାଇଁ ଏକ ଗର୍ବର ବିଷୟ ହେବା ସହିତ ଓଡ଼ିଶା ରାଜ୍ୟ ସରକାରଙ୍କ "ଖେଳ ବିକାଶ ଭିଜନ୍ ୨୦୨୯" ର ଲକ୍ଷ୍ୟ ପ୍ରତି ସାର୍ଥକ ପଦକ୍ଷେପ ଅଟୁଟ ରହିଛି। ଏହା ଗ୍ରାମୀଣ ତଳସ୍ତରରେ ଯୁବ ପ୍ରତିଭାମାନେ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ହେବା ପାଇଁ ଅବସର ସୃଷ୍ଟି କରିବ ବୋଲି ଜିଲ୍ଲା ପାଳ ଶ୍ରୀ ଗୋୟଲ ମତ ରଖିଥିଲେ।
Report : Bijay ku sahu
Edited by k.s thakur...



