କୋଷାଧ୍ୟକ୍ଷ ପ୍ରେମଚାନ୍ଦ ଦାଶ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା...

କୋଷାଧ୍ୟକ୍ଷ ପ୍ରେମଚାନ୍ଦ ଦାଶ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା...


ବରଗଡ଼,୦୧/୦୬ : ବରଗଡ଼ ସ୍ଥିତ ଭଟଲି ଛକ ୟୁନିୟନ ବ୍ୟାଙ୍କ ର କୋଷାଧ୍ୟକ୍ଷ ଶ୍ରୀ ପ୍ରେମଚାନ୍ଦ ଦାଶ ଙ୍କୁ ବ୍ୟାଙ୍କ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଦାଶ ଙ୍କ ସପରିବାର ଉପସ୍ଥିତ ଥିଲେ।

            Ad..


ପ୍ରେମଚାନ୍ଦ ଦାଶ ଜଣେ ଅବସରପ୍ରାପ୍ତ ସୈନିକ, ସେ ୧୯୮୩ମସିହାରେ ସୈନ୍ୟ ବିଭାଗ ରେ ଯୋଗ ଦେଇ ୨୦୦୧ ମସିହାରେ ଅବସର ନେଇ ଥିଲେ। ଅବସର ପରେ ୨୦୦୩ ମସିହାରେ ସେ ୟୁନିୟନ ବ୍ୟାଙ୍କ (ଯାହା ମିଶ୍ରଣ ପୂର୍ବ ରୁ ଆନ୍ଧ୍ର ବ୍ୟାଙ୍କ ଥିଲା) ଯୋଗ ଦେଇ ନିଜର କାର୍ଯ୍ୟାରମ୍ଭ କରିଥିଲେ। 

            Ad..


ବ୍ୟାଙ୍କ ରେ ଦୀର୍ଘ ୨୨ବର୍ଷ ର ନିଶ୍ୱାର୍ଥ ପର ସେବା ପରେ ୩୧-୦୫-୨୦୨୫ଦିନ ସେ ଆନୁଷ୍ଠାନିକ ଭାବରେ ଅବସର ଗ୍ରହଣ କରିଥିଲେ ଏନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ ଆଖପାଖ ସମସ୍ତ ଶାଖା ର କାର୍ଯ୍ୟରତ ଓ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଯୋଗ ଦେଇ ଥିଲେ।

ସମ୍ବର୍ଦ୍ଧନା ସଭା କୁ ଭଟଲି ଛକ ଶାଖା ର ଶାଖା ପରିଚାଳକ ଶ୍ରୀ ସନ୍ତୋଷ କୁମାର ପରିଚାଳନା କରିଥିବା ବେଳେ ଶ୍ରୀ ଛାୟା କାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ୟୁନିୟନ ବ୍ୟାଙ୍କ ବେଫୀ (BEFI) ସଂଗଠନ ର କ୍ଷେତ୍ରୀୟ ସମ୍ପାଦକ ଶ୍ରୀ ସଙ୍ଗୀତ ମହାନ୍ତି, ସହ ସମ୍ପାଦକ ଶ୍ରୀ ସୁବ୍ରତ ଷଡ଼ଙ୍ଗୀ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥଲେ। ଢିସିକା ସେଠ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରିଥଲେ।



Report.: Bijay ku sahu

Edited by k.s thakur...

Post a Comment

Previous Post Next Post