ରଥଯାତ୍ରା ଏବଂ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବ୍ୟଠକ...

ରଥଯାତ୍ରା ଏବଂ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବ୍ୟଠକ...


ବରଗଡ଼,୨୬/୦୫ : ସୋମବାର  ଦିନ ମାଉସୀ ମାଁ ମନ୍ଦିର କମିଟି ଶାନ୍ତି ନଗର ,ମୈତ୍ରୀ ନଗର ,ଜ୍ୟୋତି ନଗର,ଚନ୍ଦ୍ରଶେଖର ନଗର କମିଟି ର ମିଳିତ ଆନୁକୂଲ୍ୟରେ ଆସନ୍ତା ରଥଯାତ୍ରା ଏବଂ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଶାନ୍ତି ନଗର ସ୍ଥିତ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା।

            Ad..


ଏହି ବୈଠକରେ ଡ଼ଃ ଦେବାଶିଷ ରଥ ସଭାପତିତ୍ବ କରିଥିଲେ। ଏହି ବ୍ୟଠକ ରେ ଆସନ୍ତା ଜୁନ୍ ୨୬ ତାରିଖ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା, ସଂଧ୍ୟା ୬.୦୦ ଘଟିକା ରେ ନାମସଂଙ୍କିର୍ତ୍ତନ ପାଇଁ କଲସ ଯାତ୍ରା,ଜୁନ୍ ୨୭ ତାରିଖ  ନାମାରମ୍ଭ ଏବଂ ଜୁନ୍ ୨୭ ତାରିଖ ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ମହାଆଡମ୍ବରରେ ରଥଯାତ୍ରା ପାଳନ କରିବା ପାଇଁ ସ୍ଥିର କରାଗଲା। 

        Ad..


ଏହି ବ୍ୟଠକ ରେ ଅନୁଷ୍ଠାନର କୋଷାଧ୍ୟକ୍ଷ କୁନାଲ ପାଣିଗ୍ରାହୀ ପୂର୍ବ ବର୍ଷ ର ଆୟବ୍ୟୟ ଏବଂ ଏହି ବର୍ଷ ର ଆନୁମାନିକ ବ୍ୟୟ ବିଷୟରେ ଆଲୋଚନା କରିଥିଲେ। ସମ୍ପାଦକ ପ୍ରତାପ ନାଥ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ଅବଗତି କରିଥିଲେ। 

ନାମସଂଙ୍କିର୍ତ୍ତନ ପାଇଁ ଅଶୋକ କୁମାର ସାହୁ,ସୁରେଶ ସାହୁ, ଦିବ୍ୟ କିଶୋର ପଣ୍ଡା,ଝସକେତନ ପାସାୟତ,ହରିବୋଲ ସାହୁ, ଘନଶ୍ୟାମ ମେହେର, ମୁକେଶ କୁମାର ବେହେରାଙ୍କୁ ଦାୟିତ୍ଵ ଦିଆଯାଇଥିଲା।

ଏହି ବୈଠକରେ ଶ୍ୟାମାମଣି ରଥ,ସୈ।ଦାମିନୀ ପାଣିଗ୍ରାହୀ,ନୁରାବତୀ ପଣ୍ଡା,ବବି ସାହୁ,ଶୁବାଶିନୀ ଦାସ,ଡ଼ଃ ଗଦାଧର ରଥ, ଡ଼ଃ ଅର୍ଜୁନ ଦେବତା,ପ୍ରିତିରଞ୍ଜନ ପ୍ରଧାନ,ଜିତେନ୍ଦ୍ରୀୟ ଦାସ,ତୁଷାର କାନ୍ତ ପ୍ରଧାନ,ଶାନ୍ତାନୁ ପାଣିଗ୍ରାହୀ,ତାରା ପ୍ରସାଦ ଶତପଥୀ,ଜୟକେତନ ତ୍ରିପାଠୀ, ପ୍ରଫୁଲ୍ଲ ବେହେରା,ମାନସ ରଞ୍ଜନ ମହାନ୍ତି...

ଅଶୋକ ଦାସ,ନିଲ ମାଧବ ସାହୁ, ମଧୁସୂଦନ ଦେବତା,ଅଶୋକ କୁମାର ସାହୁ,ସୁରେଶ ସାହୁ, ଦିବ୍ୟ କିଶୋର ପଣ୍ଡା,ଝସକେତନ ପାସାୟତ,ହରିବୋଲ ସାହୁ, ଘନଶ୍ୟାମ ମେହେର, ମୁକେଶ କୁମାର ବେହେରା,ଦୁର୍ଗାଚରଣ ସାହୁ,ରବି ନାରାୟଣ ପଣ୍ଡା,ଗଙ୍ଗାଧର ମହାନ୍ତି,ପ୍ରମୋଦ କୁମାର ନାୟକ, ସୂର୍ଯ୍ୟ ପ୍ରସାଦ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ସବା ଶେଷରେ ଉପ- ସଭାପତି ମହେଶ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post