ଭଟଲି ଅଂଚଳ ରେ କାଳବୈଶାଖୀ ପ୍ରଭାବ ବିଧାୟକ ଇରାସିସ ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ କ୍ଷେତ୍ର ପରିଦର୍ଶନ...
ବରଗଡ଼,୦୬/୦୫ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ନାରଙ୍ଗପୁର ଗ୍ରାମ ପଞ୍ଚାୟତ ର ଜୟପୁର, ବିଛୁଆଁ , ଗଉଡପାଲି ଓ ଝିକିଝିକି ଆଦି ଗାଁ ଓ ପାଖ ଆଖ ଅଂଚଳ ରେ ଝଡ ତୋଫାନ ସହ କରାମାଡ ହୋଇ ସଂପୃକ୍ତ ଅଞ୍ଚଳର ଶହ ଶହ ହେକ୍ଟର ଧାନ ଓ ପନିପରିବା ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।
Ad..
ଏହି କାଳବୈଶାଖୀ ରେ ହୋଇଥିବା କ୍ଷୟକ୍ଷତି ର ଅନୁଧ୍ୟାନ ଏବଂ ଏପରି ଦୁଃଖଦ ପରିସ୍ଥିତିରେ ଜୟ କିସାନ ଆନ୍ଦୋଳନ ର ଏକ ପ୍ରତିନିଧି ମଣ୍ଡଳୀ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ଅନେକ ଦିନ ହେଲା କାଳବୈଶାଖୀ ର ତାଣ୍ଡବଲୀଳା ବରଗଡ଼ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଚାଷୀମାନଙ୍କ ମୁଣ୍ଡବ୍ୟଥା ର କାରଣ ସାଜିଛି।
Ad..
ଏହି କାଳବୈଶାଖୀ ରେ ହୋଇଥିବା କ୍ଷୟକ୍ଷତି ସଠିକ ଆକଳନ ପୂର୍ବକ ପ୍ରତ୍ୟେକ ଚାଷୀ କୁ ଏକଡ ପ୍ରତି ୩୦ ହଜାର ଟଙ୍କା କ୍ଷତିପୂରଣ ଓ ଆଗାମୀ ଫସଲ ପାଇଁ ବିହନ ଓ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଥିବା ବେଳେ ଏହାକୁ ଗୁରୁତ୍ବ ସହ ବିଚାର କରି ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଚାଷୀ ମାନଙ୍କୁ ପ୍ରତ୍ୟକ୍ଷ ଭାବରେ ଭେଟି ଥିବା ବେଳେ ସମସ୍ତ ଖ୍ଯୟଖ୍ଯତଗ୍ରସ୍ତ ଚାଷଜମି ବୁଲି ଦେଖିଛନ୍ତି। ସରକାରୀ ସ୍ତରରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ କହିଛନ୍ତି ବିଧାୟକ।
Report : Bijay ku sahu
Edited by k.s thakur...



