ଗ୍ରୀଷ୍ମ ଅବକାଶରେ ବସ୍ତି ଅଞ୍ଚଳରେ 'ଶିଶୁଶ୍ରୀ'ର ମାଗଣା ଶିକ୍ଷାଦାନ କାର୍ଯ୍ୟକ୍ରମ...
ବରଗଡ,୧୬/୦୫ : 'ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର' ତା'ର ବସ୍ତି ପରିକ୍ରମା କ୍ରମରେ ସ୍ଥାନୀୟ ନଦୀପଡ଼ା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମାଗଣା ଶିକ୍ଷା ଦାନ କାର୍ଯ୍ୟକ୍ରମ ଆୟୋଜିତ କରିଛି ।
Ad..
ପାଠାଗାର ର ସଂଯୋଜକ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ପାଠାଗାରର ପ୍ରତିଷ୍ଠାତା ଡ ରବିନାରାୟଣ ସାହୁ ଙ୍କ ସମେତ ସାମ୍ବାଦିକ ଟିକେ ଲାଲ୍ ତ୍ରିପାଠୀ, ପ୍ରକୃତି ବନ୍ଧୁ ଡ ଡୋଳାମଣି ଶତପଥୀ ,ଦୁଃଖୀ ସେବକ ସାହୁ,ଅବସର ପ୍ରାପ୍ତ ଶିକ୍ଷକ କପିଲ ବାଗ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିବ୍ୟ କାନ୍ତି ଭୋଇ...
Ad..
ମୀନା ପଣ୍ଡା , ଶିକ୍ଷକ ଡିଲେଶ୍ବର କର୍ମୀ, ସାମାଜିକ କର୍ମୀ ରାଜକୁମାର ବଞ୍ଛୋର,ବାସ ମତି ବଞ୍ଛୋର୍ ପ୍ରମୁଖ ଉପସ୍ଥିତ ରହି ୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ବିଷୟ ରେ ଶିକ୍ଷା ଦାନ ସହିତ ସନ୍ଦେହ ମୋଚନ କରିଥିଲେ।
ଛୁଟି ସମୟରେ ଯୋଗ, ପ୍ରାଣାୟମ, ପ୍ରାର୍ଥନା, ପୁସ୍ତକ ପଠନ ଓ ସୁନ୍ଦର ହସ୍ତାକ୍ଷର ପାଇଁ ପ୍ରଦତ୍ତ ଖାତାରେ ପ୍ରତିଦିନ କିଛି କିଛି ଲେଖିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିବ୍ୟକାନ୍ତି ଭୋଇ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମାଗଣା ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ପଡ଼ାର ଅଧିବାସୀମାନେ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...



