କାରରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତଦେହ...

କାରରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତଦେହ...


ବରଗଡ଼,୧୬/୦୫ : କାରରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବରଗଡର ବରପାଲି ବ୍ଲକର ଜେଇ ଚନ୍ଦ୍ର ଶେଖର ଝାଡିଆ। 

             Ad..


ହଳଦୀପାଲି ଛକରେ ଛିଡା ହୋଇଥିବା ତାଙ୍କ କାର୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ତେବେ କାରରେ ଜେଇ ଚଦ୍ରଶେଖର ଝାଡ଼ିଆଙ୍କ ମୃତ୍ୟୁ କିପରି ଘଟିଲା ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ବରଗଡ଼ ଟାଉନ ପୋଲିସ ମୃତଦେହ ଉଦ୍ଧାର କରିବା ସହ କାର ଜବତ କରି ତଦନ୍ତ ଆରମ୍ଭ କରିଛି ।

         Ad..


ସୂଚନା ଯୋଗ୍ୟ; ବରଗଡର ହଳଦିପାଲି ଜାତୀୟ ରାଜପଥରେ କାର୍ ଟି ଦୀର୍ଘ ସମୟ ଧରି ଠିଆ ହୋଇଥିଲା । ଫଳରେ ସେଠାରେ ଥିବା ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢିଥିଲା ସେଠାକୁ ଯାଇ ଦେଖିଲା ବେଳେ କାର୍ ଭିତରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଛି। ପୋଲିସ ଘଟଣାର ତଦନ୍ତ କରୁଛି ।



Report : Bijay ku sahu

Edited by k.s thakur...





Post a Comment

Previous Post Next Post