କଣ୍ଟାବାଞ୍ଜିରେ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ...

କଣ୍ଟାବାଞ୍ଜିରେ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ...


କଣ୍ଟାବାଞ୍ଜି,୩୧/୦୫ : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ଓ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର କଣ୍ଟାବାଞ୍ଜିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାୟତ୍ରୀ ଶକ୍ତି ପୀଠ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା।

             Ad..


ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସଚେତନାଧର୍ମୀ ସଭା ଅନୁଷ୍ଠିତ ହୋଇଥିଲା।ସଭାରେ  ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ  ବିଚିତ୍ରାନନ୍ଦ ସାହୁ,ନିଶାମୁକ୍ତି ଅଭିଯାନର ମୁଖ୍ୟ,ସମ୍ମାନିତ ଅତିଥି ଭାବରେ ଅଜୟ ଅଗ୍ରୱାଲ, ମୋହନ ଲାଲ ଅଗ୍ରୱାଲ, ଗୁଣନିଧି ରାଉତରାୟ ଉପସ୍ଥିତ ଥିଲେ।

          Ad..


ମାନସ ରଞ୍ଜନ ଜାଲ ମଞ୍ଚ ପରିଚାଳନା କରିଥିଲେ।ତମାଖୁ ବର୍ଜନ ଉପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଥିଲା।ସଭାରେ ଉପସ୍ଥିତ ବ୍ୟକ୍ତି ମାନେ ପ୍ଳାକାର୍ଡଧରି ସହର ପରିକ୍ରମା କରିଥିଲେ।

ଏହି କାର୍ଯ୍ୟକ୍ରମରେ ନିର୍ଝରିଣୀ ଅନୁଷ୍ଠାନର ସଭ୍ୟ ଥମିର ଛତ୍ରିଆ, ବିରଞ୍ଚି ଖର୍ସେଲ,ସୂର୍ଯ୍ୟକାନ୍ତ ରଣା, ଅଞ୍ଜଳି ମାଝୀ, କିଶୋର ବରିହା, ଦେବାନନ୍ଦ ବଏ,ନରେନ୍ଦ୍ର ସୁନା ଓ ଗାୟତ୍ରୀ ପରିବାରର ସମସ୍ତ ସଭ୍ୟ ସହଯୋଗ କରିଥିଲେ।



Edited by k.s thakur...



Post a Comment

Previous Post Next Post