ତୁରେକେଲା ବ୍ଳକର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଆରା ପ୍ରୟାସ...
କଣ୍ଟାବାଞ୍ଜି,୧୯/୦୫ : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ପୂର୍ବ ନିର୍ଧାରିତ ସମୟ ପୂର୍ବରୁ ଅପ୍ରେଲ ମାସ ୨୩ ତାରିଖରୁ ଛୁଟି ଘୋଷଣା କରିଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ଓସେପା ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ଗୃହକାର୍ଯ୍ୟ କରିବା ପାଇଁ ପ୍ରଶ୍ନ ପତ୍ର ଦିଆଯାଇଥିଲା।
Ad..
ପ୍ରତ୍ୟେକ ବିଦ୍ୟାଳୟରେ ଶ୍ରେଣୀୱ।ରୀ ହ୍ୱଟସଆପ ଗ୍ରୁପ ତିଆରି କରି ତାରି ମାଧ୍ୟମରେ ପାଠପଢା କୁ ଗୁରୁତ୍ୱ ଦିଆଯାଇଛି।ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀ ମାନେ କିପରି ନିଜକୁ ପାଠ ପଢାରେ ନିୟୋଜିତ କରିଛନ୍ତି ତାକୁ ଦେଖିବା ପାଇଁ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଶିକ୍ଷକ ଶିକ୍ଷୟିତ୍ରୀ ଘର ଘର ବୁଲି ତଦାରଖ କରିଥିଲେ।
Ad..
ତଦାରଖ ସମୟରେ ଛାତ୍ରଛାତ୍ରୀ ମାନଙ୍କ ଖାତାରେ କରିଥିବା ଗୃହକାର୍ଯ୍ୟ ସଂଶୋଧନ କରିବା ସହିତ ହ୍ୱଟସଆପରେ କିପରି ପାଠ ବିଷୟରେ ଜାଣିବେ ଛାତ୍ରଛାତ୍ରୀ ତଥା ପିତାମାତାଙ୍କୁ ଜଣେଇଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସୁଭଦ୍ରା ମେହେର, ମାଧବୀଲତା ସାହୁ,ସୁକାନ୍ତି ମାଝୀ, ଡାଳିମ୍ବ ମେହେର, କୁନି ସାହୁ,ଦେବ ବଗର୍ତ୍ତି,ଡମ୍ବରୁ ମେହେର, ରଜନୀ ମେହେର,ରବୀନ୍ଦ୍ର ରଥ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ଶିକ୍ଷକ ମାନଙ୍କ ଏଭଳି ନିଆରା ପ୍ରୟାସ ପାଇଁ ବୁଦ୍ଧିଜୀବୀ ଭୂୟସୀ ପ୍ରଶଂସା କରିଥିଲେ।
Edited by k.s thakur...



