ବରଗଡ଼ ମହିଳା ସମିତି ଦ୍ବାରା ମହିଳା ନିବେଶକ ସଚେତନତା କାର୍ଯ୍ୟକ୍ରମ...
ବରଗଡ଼,୧୯/୦୫ : ନ୍ୟାସନାଲ ସିକ୍ୟୁରିଟୀ ଏକ୍ସଚେଞ୍ଜ ଏବଂ ବରଗଡ଼ ମହିଳା ସମିତିର ମିଳିତ ଆନୁକୂଲ୍ୟରେ ଗତ ୧୮ ତାରିଖ ରବିବାର ସଂଧ୍ୟାରେ ଏକ ମହିଳା ନିବେଶକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ଏଥିରେ ସେବି ସିକ୍ୟୁରିଟି ମାର୍କେଟ ଟ୍ରେନର (ସ୍ମାର୍ଟ) ବିଶ୍ୱଜିତ ନନ୍ଦ ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇ ମହିଳା ତଥା ଗୃହିଣୀ ମାନଙ୍କ ପାଇଁ ମ୍ୟୁଚୁଆଲ ଫଣ୍ଡସର ପରିସର ଓ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ମୁଖ୍ୟତଃ ସିକ୍ୟୁରିଟି ବଜାରରେ ଅନୁଶାସନ, ସମ୍ଭାବ୍ୟ ନିବେଶ ତଥା ଦୀର୍ଘ ଓ ସ୍ୱଳ୍ପ ମିଆଦି ଆର୍ଥିକ ଯୋଜନା ଉପରେ ଆଲୋକପାତ କରିଥିଲେ।
Ad..
ବିଶେଷତଃ ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ପାଇଁ ସିକ୍ୟୁରିଟି ବଜାରର ବିଭିନ୍ନ ଉତ୍ପାଦନରେ କିପରି ଶୃଙ୍ଖଳିତ ଉପାୟରେ ବିନିଯୋଗ କରିବେ ସେ ବିଷୟରେ ଶ୍ରୀ ନନ୍ଦ ପୁଙ୍ଖାନୁପୁଙ୍ଖ ବିବରଣୀ ସହ ସଚେତନ କରାଇବା ସାଙ୍ଗକୁ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ମହିଳା ସମିତିର ସଭାନେତ୍ରୀ ଅଞ୍ଜନା ଦାସ ସଭାପତିତ୍ବ, ମନ୍ଦାକିନୀ ପତି ଉଦ୍ଦେଶ୍ୟ ଜ୍ଞାପନ ଏବଂ ଶେଷରେ ସମ୍ପାଦିକା ସୁଧାଂଶୁବାଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...



