୩ମାସର ଦରମା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କଲେ ବିଧାୟକ ଲକ୍ଷ୍ମଣ ବାଗ...
କଣ୍ଟାବାଞ୍ଜି,୨୨/୦୫ : କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ନିଜର ୩ମାସର ଦରମା ୧ ଲକ୍ଷ ୫ହଜାର ଗତକାଲି ଭାରତୀୟ ସୈନିକଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।
Ad..
ବିଧାୟକ ଏଭଳି ପଦକ୍ଷେପ ନେଇଥିବା ଉଦ୍ଦେଶ୍ୟ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଅପରେସନ ସିନ୍ଦୁରରେ ଆମର ଭାରତୀୟ ସୈନିକ ନିଜର ପରାକ୍ରମ ଦେଖାଇ ଏହି ମିଶନକୁ ସଫଳ କରିଛନ୍ତି। ଫଳରେ ଆମେ ପ୍ରତ୍ୟେକ ଗାଁରେ ତ୍ରିରଙ୍ଗା ଯାତ୍ରା କରି ଓ ନିଜର ୩ମାସର ଦରମା ପ୍ରଦାନ କରି ଭାରତୀୟ ସେନାକୁ ସଲାମ କରୁଛୁ।
Ad..
ସମ୍ମଳନୀରେ ବରିଷ୍ଠ ବିଜେପି ନେତା ଶିବାଜି ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ କଣ୍ଟାବାଞ୍ଜି ତହସିଲଦାର ବିଶନାଥ ଖାଲକୋଙ୍କ ଜରିଆରେ ୧ ଲକ୍ଷ ୫ ହଜାର ଟଙ୍କାର ଏକ ଚେକ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।
Edited by k.s thakur...
Tags:
donation
kantabanji
latest news
latest update
MLA Lakshman Bag
odisha daily current affairs
pm relief fund
salary



