ସି.ବି.ଏସ.ଇ. ପରୀକ୍ଷା ଫଳ ପ୍ରକାଶନ ପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ଏବିଭିପି...

ସି.ବି.ଏସ.ଇ. ପରୀକ୍ଷା ଫଳ ପ୍ରକାଶନ ପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ଏବିଭିପି...


ବରଗଡ଼,୨୨/୦୫ : ସି.ବି.ଏସ.ଇ. ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ପରିଣାମ ଆସିବା ସପ୍ତାହେ ଉପରେ ହେଲାଣି, କିନ୍ତୁ ପଦ୍ମପୁର ଉପଖଣ୍ଡର ଛାତ୍ରଛାତ୍ରୀମାନଙ୍କର ପରିଣାମ ଏଯାଏଁ ଆସି ନାହିଁ। ସହସ୍ରାଧିକ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ଅନ୍ଧକାର ଘେରରେ। 

            Ad..


ଏପଟେ ସ୍ନାତକ ପାଇଁ ଆବେଦନର ସମୟ ଶେଷ ହେବାକୁ ବସିଛି। ଯଥାଶୀଘ୍ର ଏମାନଙ୍କ ପରିଣାମ ନ ଆସିଲେ ଛାତ୍ରଛାତ୍ରୀମାନଙ୍କ ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଲାଗିରହିଛି, ଯାହା ଦ୍ୱାରା ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକମାନଙ୍କ ଭିତରେ ତାଙ୍କର ଉଚ୍ଚଶିକ୍ଷାକୁ ନେଇ ଅନିଶ୍ଚିତତା ଦେଖା ଯାଉଛି। 

         Ad..


ପରୀକ୍ଷା ସମୟରେ ଯଦି କିଛି ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀ ବା କୌଣସି ଶିକ୍ଷାନୁଷ୍ଠାନ ଦ୍ୱାରା କିଛି ତ୍ରୁଟି ହୋଇଛି, ତାହେଲେ ସମସ୍ତଙ୍କ ଭବିଷ୍ୟତକୁ ନଷ୍ଟ କରାଯିବା ସମୀଚିନ ନୁହେଁ। ପରିଣାମ ନ ଆସିବା ଅନେକଙ୍କ ଭିତରେ ମାନସିକ ଚାପ ମଧ୍ୟ ଧୀରେ ଧୀରେ ସୃଷ୍ଟି କରୁଛି। ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରୁଥିବା ବିଦ୍ୟାର୍ଥୀ ମଧ୍ୟ ନିଜ ପରିଶ୍ରମର ପରିଣାମ ନପାଇ ଦୁଃଖରେ ଭାଙ୍ଗି ପଡୁଛନ୍ତି। 

ଏପଟେ ବିଭିନ୍ନ ସ୍ତରରେ ବୈଠକ ପରେ ବୈଠକ ହେବା ସତ୍ତ୍ୱେ କୌଣସି ନିର୍ଣ୍ଣୟ ହୋଇପାରୁନାହିଁ। ଏହିପରି ସ୍ଥିତିରେ ବିଦ୍ୟାର୍ଥୀମାନଙ୍କ ଭବିଷ୍ୟତ ସହ ଖେଳା ନଯାଉ ଓ ଶୀଘ୍ରାତିଶୀଘ୍ର ଏ ସଂକ୍ରାନ୍ତରେ ପଦକ୍ଷେପ ନିଆଯାଉ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ମତ ପ୍ରଦାନ କରିଛି। 

ଗୁରୁବାର ଦିନ ଏବିଭିପିର ପଦ୍ମପୁର ନଗର ସମ୍ପାଦକ ପ୍ରତ୍ୟୁଷ ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ସୁଶ୍ରୀ ସ୍ନେହା ଆରୁଗୁଲାଙ୍କୁ ଭେଟି ଏହାର ସମାଧାନ କରିବା ସହ ଛାତ୍ରଛାତ୍ରୀମାନଙ୍କ ପରିଣାମ ପ୍ରକାଶ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି। 

ଉପଜିଲ୍ଲାପାଳଙ୍କୁ ଭେଟିଲା ପରେ ବିଦ୍ୟାର୍ଥୀମାନଙ୍କ ଅଧିକାର ଓ ବିକାଶ ପାଇଁ ଆବଶ୍ୟକ ପଡ଼ିଲେ ଏବିଭିପି କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ମଧ୍ୟ ହେବ ବୋଲି ନଗର ସମ୍ପାଦକ ପ୍ରତ୍ୟୁଷ ଦାଶ ମତ ବ୍ୟକ୍ତ କରିଛନ୍ତି। ଏବିଭିପି ସର୍ବଦା ଛାତ୍ରଛାତ୍ରୀମାନଙ୍କ ସାମୁହିକ ସ୍ୱାର୍ଥ ଓ ଅଧିକାର ପାଇଁ ଲଢ଼େଇ କରିଆସୁଛି ଓ ଆଗକୁ ମଧ୍ୟ ଏପରି ପରିସ୍ଥିତିରେ ଛାତ୍ର ଅଧିକାରର ଲଢ଼େଇ ଜାରି ରଖିବ ବୋଲି ଏବିଭିପି ତରଫରୁ ମତ ପ୍ରକାଶ କରାଯାଇଛି। 

ସି.ବି.ଏସ.ଇ. ସହ ଜଡ଼ିତ ପଦ୍ମପୁର ଉପଖଣ୍ଡର ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ମଧ୍ୟ ଏବିଭିପି ଲଗାତାର ଏ ବିଷୟରେ ଆଲୋଚନା ଜାରି ରଖିଛି। ଏବିଭିପିର ନଗର ସହ ସମ୍ପାଦକ ସୌମ୍ୟରଂଜନ ସାହୁ, ସ୍ୱରାଜ ସାହୁ, ପ୍ରଜ୍ଜ୍ୱଳ ମହାରଣା, ସୁମିତ ସାହୁ, ଅସୀମ ପୁରୋହିତ ମଧ୍ୟ ଏହି ଅବସରରେ ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post