ରାଣୀପୁର ଝରିଆଲ ବିକାଶ ନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ମାରାଥନ ବୈଠକ...

ରାଣୀପୁର ଝରିଆଲ ବିକାଶ ନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ମାରାଥନ ବୈଠକ...


ଟିଟିଲାଗଡ଼/ସିନ୍ଧେକେଲା,୦୪/୦୫ : ରାଜ୍ୟର ଅନନ୍ୟ ଐତିହାସିକ ୬୪ ଯୋଗିନୀ ପୀଠ ରାଣୀପୁର ଝରିଆଲ ର ବିକାଶ ଓ ଉନ୍ନତି ପାଇଁ ଭିତ୍ତିଭୂମି ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିବାପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳ ସହାୟକ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

Ad..


ସେହି କ୍ରମରେ ସହାୟକ ଜିଲ୍ଲାପାଳ ସନ୍ଦିପ ଚନ୍ଦ୍ରକାର ଏପ୍ରିଲ ୨୬ ତାରିଖ ରାଣୀପୁର ଝରିଆଲ ପହଞ୍ଚି ବିଭିନ୍ନ ବିଭାଗର ଅଧିକାରୀ ତଥା ମନ୍ଦିର ଟ୍ରଷ୍ଟ କମିଟି ସହ ଆଲୋଚନା କରିଥିଲେ। ଏବଂ ଉପସ୍ଥିତ ଥିବା ବିଭିନ୍ନ ଅଧିକାରୀ ମାନଙ୍କୁ ନିଜ ନିଜ ବିଭାଗ ତରଫରୁ କଣ କଣ କାମ କରାଯାଇପାରିବ ତାର ସବିଶେଷ ବିବରଣୀ ଶିଘ୍ର ପ୍ରଦାନ କରିବାକୁ କହିଥିଲେ।

        Ad.. 


ତେବେ ଏହାକୁ ନେଇ ଶନିବାର ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରି ନିଜ ଅଫିସରେ ସହାୟକ ଜିଲ୍ଲାପାଳ ଙ୍କ ସହ ସମସ୍ତ ଅଧିକାରୀ ଏବଂ ମନ୍ଦିର ଟ୍ରଷ୍ଟ କମିଟି ସହ ୪ ଘଣ୍ଟା ଧରି ମାରାଥନ ବୈଠକ କରି ପରେ ଆଭାସି ମାଧ୍ୟମରେ ରାଣୀପୁର ଝରିଆଲ ର ଡିପିଆର ତିଆରି କରୁଥିବା ଓଟିଡିସି ଭୁବନେଶ୍ୱର ଆର୍କିଟେକ ସହ ଆଲୋଚନା କରିଥିଲେ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠୀ, ଏଏଇ ଦେବ କୁମାର ପ୍ରଧାନ,ଅତିରିକ୍ତ ତହସିଲଦାର ହେମନ୍ତ କୁମ୍ଭାର, ବଙ୍ଗୋମୁଣ୍ଡା ରେଞ୍ଜର ପଦ୍ମନାଭ କୁମ୍ଭାର, ଆରଡବ୍ଲୁଏସଏସ କଣ୍ଟାବାଞ୍ଜି ଇଇ ପ୍ରଶାନ୍ତ କୁମାର ବାଗେ, କନିଷ୍ଠ ଯନ୍ତ୍ରୀ ସତ୍ୟ ସାରଦା ମହାନ୍ତି, ଓଏଲଏମ୍ ସତ୍ୟ ବେହେରା, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଶିବ ଶଙ୍କର ଦାସ, ରାଜସ୍ବ ନୀରିକ୍ଷକ ରାକେଶ ବେହେରା...

ଉଦ୍ୟାନ କୃଷି ଅଧିକାରୀ ଟିଟିଲାଗଡ଼,ଏଡିଏମ୍ଓ ଟିଟିଲାଗଡ଼ ପ୍ରମୁଖଙ୍କ ସହ ରାଣୀପୁର ଝରିଆଲ ମନ୍ଦିର ଟ୍ରଷ୍ଟ କମିଟିର ସଭାପତି ମାଣିକ ଚନ୍ଦ ଜୈନ, ସମ୍ପାଦକ ଖିରସିନ୍ଧୁ ଭୋଇ, ଆବାହକ ଅନିଲ କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଦସ୍ୟ ଗୋପୀନାଥ ସାହୁ, ମଞ୍ଜେସ ମେହେର, ଯୁବରାଜ ବାଗ ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର ପ୍ରମୁଖ ଙ୍କ ସହ ରାଣୀପୁର ଝରିଆଲ ନିକଟବର୍ତ୍ତୀ କୁମ୍ଭକାର, ଚାନ୍ଦୁଆ ହସ୍ତଶିଳ୍ପ କାମ କରୁଥିବା ମହିଲା ମାନେ ନିଜ ନିଜ ସାମଗ୍ରୀ ପ୍ରଦର୍ଶନ କରିଥିଲେ।



Edited by k.s thakur...



Post a Comment

Previous Post Next Post