ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗିରଫ: ଦୁଇଟି ବନ୍ଧୁକ, ୨୦ଟି ଜୀବନ୍ତ ଗୁଳି ସହିତ ଦାମୀ କାର୍ ଜବତ...

ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗିରଫ: ଦୁଇଟି ବନ୍ଧୁକ, ୨୦ଟି ଜୀବନ୍ତ ଗୁଳି ସହିତ ଦାମୀ କାର୍ ଜବତ...


ସୋର,୨୩/୦୫ :  ୨୪ ଘଣ୍ଟା ଭିତରେ ବାଲେଶ୍ୱର ପୁଲିସକୁ ମିଳିଛି ବଡ଼ ସଫଳତା। ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ପୁଲିସ ଗିରଫ କରିବା ସହ ତା’ଠାରୁ ଦୁଇଟି ବନ୍ଧୁକ ସହିତ ୨୦ଟି ଜୀବନ୍ତ ଗୁଳି ଜବତ କରିଛି।

Ad..


ଗତ ବୁଧୁବାର ଦିନ ରାତିରେ ସୋର ଥାନା ଦୟାନିଧିପୁର ଗ୍ରାମର ରବୀନ୍ଦ୍ର ନାୟକଙ୍କ ଘରୁ ୯ ଜଣ ଦୁର୍ବୃତ୍ତ ଘରେ ପଶି ଘରଲୋକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହିତ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ କରିଥିଲେ। ପରେ ଗାଁ ଲୋକ ଆସିଯିବାରୁ ଗୁଳି ଫୁଟାଇ ଦୁଇ ଜଣଙ୍କୁ ଆହତ କରି ଫେରାର ହୋଇଯାଇଥିଲେ ସେମାନେ। ସବୁଠାରୁ ବଡ଼ କଥା ଗୋଟିଏ ସ୍କେଚ୍ ଦ୍ୱାରା ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିର ଫଟୋ ଜାରି ହୋଇଥିଲା। ଏହି ଫଟୋକୁ ଆଧାରକରି ପୁଲିସ ତଦନ୍ତ ଜାରି କରିଥିଲା।

         Ad..


ପରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ବାଗୁଡି ଅଞ୍ଚଳରେ ଥିବା ବେଳେ ତାକୁ ଗିରଫ କରାଯାଇଥିଲା। ପୂର୍ବରୁ ଏହି ଅପରାଧୀକୁ ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲା ପୁଲିସ ପକ୍ଷରୁ ଦୁଇ ଦୁଇ ଥର ଏନକାଉଣ୍ଟର କରାଯାଇଥିଲା। ପୁଣି ବାପି ଜେଲରୁ ବାହାରିବା ପରେ ଗତ କିଛିଦିନ ମଧ୍ୟରେ କାୟା ବିସ୍ତାର କାଟି ନିଜର ଅପରାଧ ସାମ୍ରାଜ୍ୟ ଚଳାଇଥିଲା। ଏହି ଅପରାଧୀ ନାଁରେ ବିଭିନ୍ନ ଥାନାରେ ୧୯ ରୁ ଅଧିକ ବଡ଼ ବଡ଼ ଅପରାଧିକ ମାମଲା ଥିବା ସୂଚନା ମିଳିଛି।

ଦୟାନିଧିପୁର ଗାଁ ସମେତ ଅନ୍ୟ ଅଞ୍ଚଳରୁ ହୋଇଥିବା ଚୋରି ସୁନାଗହଣାକୁ ପୁଲିସ ଜବତ କରିବା ସହିତ ବାପି ଠାରୁ ଦୁଇଟି ବନ୍ଧୁକ ୨୦ ଟି ଜୀବନ୍ତ ଗୁଳି ଓ ଏକ ଦାମୀ କାର ଜବତ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅପରାଧୀମାନଙ୍କୁ ତୁରନ୍ତ ଧରିବା ପୁଲିସ ଜୋରଦାର ପ୍ରୟାସ ଚଲାଇଛି। ଏନେଇ ଆଜି ସକାଳେ ସୋର ଥାନା ପରିସରରେ ବାଲେଶ୍ୱର ଏସପି ରାଜ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।



Edited by k.s thakur...




Post a Comment

Previous Post Next Post