କାଠଯୋଡ଼ିରେ ଅଘଟଣ: ଜଣେ ଇଞ୍ଜିନିୟରଙ୍କ ମୃତ; ଜଣେ ନିଖୋଜ...

କାଠଯୋଡ଼ିରେ ଅଘଟଣ: ଜଣେ ଇଞ୍ଜିନିୟରଙ୍କ ମୃତ; ଜଣେ ନିଖୋଜ...


କଟକ,୧୯/୦୫ :  କଟକ କାଠଯୋଡିରେ ଅଘଟଣ। ନଦୀରେ ବୁଡି ଜଣେ ଇଞ୍ଜିନିୟର ମୃତ ହୋଇଥିବା ବେଳେ ଆଉ ଜଣେ ଇଞ୍ଜିନିୟର ବୁଡ଼ି ନିଖୋଜ ରହିଛନ୍ତି। କଟକର ସିଡିଏ- ୧୦ ବୀରେନ ମିତ୍ର ପାର୍କ ନିକଟରେ ନିକଟରେ ଘଟିଛି ଏହି ଘଟଣା।

        Ad..


ଏହି ଦୁଇ ଜଣ ଯୁବକ ଏଲ୍ଏଣ୍ଡଟି କମ୍ପାନୀରେ କାମ କରୁଥିଲେ। ଏସସିବି ମେଡିକାଲ ସମ୍ପ୍ରସାରଣ କାମରେ ନିୟୋଜିତ ଥିଲେ ନିଖୋଜ ଉଭୟ ଯୁବକ। ତେବେ ଅଗ୍ନିଶମ ବାହୀନି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Ad..


ସୂଚନା ଯୋଗ୍ୟ; କଟକ ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ୪ ଜଣ ଇଞ୍ଜିନିୟର ଗାଧୋଇବାକୁ ଆସିଥିଲା ବେଳେ ଅଘଟଣ ଘଟିଥିଲା। ମୃତ ଓ ନିଖୋଜ ଥିବା ଇଞ୍ଜିନିୟର ଦୁଇଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଗାଧୋଇବା ବେଳେ ପାଣିର ଗଭୀରତା ନେଇ ଅବଗତ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।



Edited by k.s thakur...





Post a Comment

Previous Post Next Post