ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଙ୍କୁ ଗିରଫ କଲା ସିବିଆଇ...
ଭୁବନେଶ୍ଵର,୩୦/୦୫ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓଡ଼ିଶା ଶାଖାର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ଗିରଫ । କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗିରଫ କଲା ସିବିଆଇ । ଆଜି ଚିନ୍ତନ ରଘୁବଂଶୀଙ୍କୁ କୋର୍ଟ ଚାଲାଣ କରିପାରେ ସିବିଆଇ ।
Ad..
ଖଣି ମାମଲା ରଫାଦଫା କରିବାକୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା ସିବିଆଇ । ୫୦ ଲକ୍ଷର ଡିଲ୍ ହୋଇଥିଲା, ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ।ସୂଚନା ଯୋଗ୍ୟ; ଚିନ୍ତନ ରଘୁବଂଶୀ ୨୦୧୩ ବ୍ୟାଚର ଭାରତୀୟ ରାଜସ୍ବ ସେବା-ଆଇଆରଏସ ଅଧିକାରୀ ।
Ad..
ଗତ ଜାନୁଆରୀ ୮ରେ ୧୪ଟି ସ୍ଥାନରେ ରେଡ କରିଥିଲା ଇଡି । ଏ ସଂପର୍କିତ ମାମଲା ଦଫାରଫାଜଣେ ବ୍ୟବସାୟୀଙ୍କ ନାଁରେ ଥିବା ଇଡି ମାମଲାର ରଫାଦଫା ପାଇଁ ଲାଞ୍ଚ ନେଉଥିଲେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ।
ଖଣି ମାମଲାର ରଫାଦଫା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ପ୍ରଥମେ ୨୦ ଲକ୍ଷ ଟଙ୍କା ଓ ପରେ ୩୦ ଲକ୍ଷ ଦେବାର ଯୋଜନା ରହିଥିଲା । ହେଲେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଚିନ୍ତନ ରଘୁବଂଶୀଙ୍କୁ ଧରିଥିଲା ସିବିଆଇ ।
Edited by k.s thakur...
Tags:
arrested
Bhubaneswar
CBI
deputy director
ED
latest news
latest update
odisha daily current affairs



