ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଜୁନ୍ ୧୭ ସୁଦ୍ଧା ଆସିବ ଚୂଡ଼ାନ୍ତ ରାୟ...
ପାଟଣାଗଡ଼,୦୩/୦୫ : ଜୁନ୍ ୧୭ ସୁଦ୍ଧା ଆସିବ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଚୂଡ଼ାନ୍ତ ରାୟ ।ଆଜି ପୁଞ୍ଜିଲାଲଙ୍କ ସପକ୍ଷରେ ପଡ଼ୋଶୀ ଜିତେନ୍ ପଟେଲଙ୍କ ସାକ୍ଷ୍ୟଗ୍ରହଣ ହୋଇଥିବାବେଳେ ଆସନ୍ତା ୫ ତାରିଖରେ ପ୍ରତିପକ୍ଷଙ୍କ ସାକ୍ଷ୍ୟଗ୍ରହଣ ନେଇ ଶୁଣାଣି ହେବ।
Ad..
ଆସନ୍ତା ୬ତାରିଖରୁ ମାମଲାର ଶୁଣାଣି ଆରମ୍ଭ ହେବ।ପୂର୍ବରୁ ବହୁ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବିଚାର ପ୍ରକ୍ରିୟା ବିଲମ୍ବ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ।
Ad..
ଯଥାଶୀଘ୍ର ମାମଲାର ଚୂଡ଼ାନ୍ତ ରାୟ କରିବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଆସୁଛନ୍ତି।
Edited by k.s thakur...



