ସେଲ୍ଫି ନେବା ହେଲା କାଳ : ନଦୀରେ ବୁଡ଼ି ଜଣେ ମୃତ, ୩ ଉଦ୍ଧାର...
ରାଉରକେଲା, ୧୮/୦୫ : ଛେଣ୍ଡ ଥାନା ଅନ୍ତର୍ଗତ କୋଏଲ ନଦୀର ପ୍ରଧାନପାଲି ଘାଟରେ ସେଲ୍ଡି ନେବା ହେଲା କାଳ। ନଦୀରେ ବୁଡ଼ି ଯାଇ ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଛାତ୍ର ଉଦ୍ଧାର ହୋଇଛନ୍ତି। ମୃତ ଛାତ୍ର ଜଣକ ହେଲେ ସୁନ୍ଦରଗଡ ସଦରର ସ୍ବାଧୀନ ଓରାମ।
Ad..
ପ୍ରାପ୍ତ ସୂଚନା ଅନୁସାରେ ସେକ୍ଟର ୬ ଠାରେ ଥିବା ଏକ ଘରୋଇ ଆଇଟିଆଇ ହଷ୍ଟେଲରେ ରହି ଛାତ୍ରମାନେ ଆଇଟିଆଇ ପାଠ ପଢୁଛନ୍ତି। ରବିବାର ଅପରାହ୍ନରେ ୪ ଜଣ ଛାତ୍ର ପ୍ରଧାନପାଲିର କୋଏଲ ନଦୀରେ ଥିବା ଏକ ସେତୁ ଉପରେ ଛିଡ଼ା ହୋଇ ସେଲଫି ନେଉଥଲେ।
Ad..
ଅସାବଧାନତା ଯୋଗୁ ୪ ଜଣ ଛାତ୍ର ନଦୀକୁ ଖସି ପଡ଼ି ଥିଲେ। ନଦୀରେ ମାଛ ଧରୁଥିବା ମାଛ ଧରାଳି ୩ ଜଣ ଛାତ୍ରଙ୍କୁ ଉଦ୍ଧାର କରିଥିବା ବେଳେ ସ୍ବାଧୀନ ଓରାମ ନିଖୋଜ ହୋଇ ଯାଇଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚି ନଦୀର ଗଭୀର ପାଣିରୁ ସ୍ବାଧୀନଙ୍କ ମୃତଦେହ ଉଦ୍ଧାର କରିଥିଲା।
Edited by k.s thakur...



