କଣ୍ଟାବାଞ୍ଜିର ୟସ୍ ଜୈନ ସର୍ବ ଭାରତୀୟ NEET-SS ପରୀକ୍ଷାରେ ପ୍ରଥମ...
କଣ୍ଟାବାଞ୍ଜି,୨୭/୦୪ : ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ କଣ୍ଟାବାଞ୍ଜି ନିବାସୀ ୟସ ଜୈନ ସର୍ବ ଭାରତୀୟ ନିଟ୍ ଏସ୍ଏସ୍(NEET-SS, ସୁପର ସ୍ପେଶାଲିଟି ଏଣ୍ଟ୍ରାନ୍ସ ପରୀକ୍ଷା)-୨୦୨୫ରେ ସର୍ବ ଭାରତୀୟ ସର୍ବ ପଥ୍ରମ ହୋଇଛନ୍ତି। ସେ ସୁନିଲ ଜୈନ ଓ ମାତା ପୁଜା ଜୈନଙ୍କ ସୁପୁତ୍ର ଅଟନ୍ତି।
Ad..
ଶ୍ରୀ ଜୈନ ମୁମ୍ବାଇର ପ୍ରତିଷ୍ଠିତ କେଇଏସ୍ ମେଡିକାଲ କଲେଜରୁ ଏମବିବିଏସ୍ରେ ୧୪୭(ନିଟ୍)ର ଡିଗ୍ରି ହାସଲ ପରେ ମହାରାଷ୍ଟ୍ର ନାଗପୁର ମେଡିକଲେଜରେ ସାଧାରଣ ସର୍ଜରିରେ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି।
ତାଙ୍କର ଏହି ସଫଳତା ପାଇଁ କଣ୍ଟାବାଞ୍ଜି ସହରର ଜନସାଧାରଣ ଗୌରବ ଅନୁଭବ କରିବା ସହିତ ପରିବାର ବର୍ଗଙ୍କୁ ଶୁଭେଛା ଜଣାଉଥିବା ଦେଖିବାକୁ ମିଳିଛି।
Edited by k.s thakur...


