ଭୁବନେଶ୍ବର ଛାଡ଼ିଲେ ପାକିସ୍ତାନୀ ନାଗରିକ ନଗମା ୟୁସୁଫ...

ଭୁବନେଶ୍ବର ଛାଡ଼ିଲେ ପାକିସ୍ତାନୀ ନାଗରିକ ନଗମା ୟୁସୁଫ...


ଭୁବନେଶ୍ଵର,୨୭/୦୪ : ଭୁବନେଶ୍ବର ଛାଡ଼ିଲେ ପାକିସ୍ତାନୀ ନାଗରିକ ନଗମା ୟୁସୁଫ ।୨୦୦୮ ମସିହାରେ ନଗମା ଭୁବନେଶ୍ୱରର ମହମ୍ମଦ ନିଜାରୁଦ୍ଦିନଙ୍କୁ ପ୍ରେମ ବିବାହ କରିଥିଲେ ନଗମା । ବିବାହ ପରେ ଭାରତୀୟ ନାଗରିକତ୍ବ ପାଇଁ ଆବେଦନ କରି ନଥିଲେ । 

        Ad..


ମାତ୍ର ଦୀର୍ଘମିଆଦି ଭିସା ପାଇଁ ଆବେଦନ କରିଥିଲେ ନଗମା । ପହଲଗାମ୍‌ ଘଟଣା ପରେ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ ନୋଟିସ୍ ଦିଆଯାଇଥିଲା । ନୋଟିସ୍ ପରେ ଭିସା ରଦ୍ଦ ହେବାରୁ ଭୁବନେଶ୍ୱର ଛାଡିଛନ୍ତି ପାକିସ୍ତାନୀ ମହିଳା ନଗମା ୟୁସୁଫ ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଓଡ଼ିଶାରେ ରହୁଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ନୋଟିସ୍ ଜାରି ପ୍ରକ୍ରିୟା ଆରମ୍ଭ ହୋଇଛି । ଲକ୍ଷ୍ମୀସାଗର ଥାନା ବିଜେବି ନଗରରେ ରହୁଥିବା ୫୩ ବର୍ଷୀୟ ନଗମା ୟୁସୁଫଙ୍କୁ ମଧ୍ୟ ପୋଲିସ ନୋଟିସ୍ ଜାରି କରିଥିଲା । 

ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଥିଲା, ଯେଉଁଥିପାଇଁ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ପାଇଁ ଏକଜିଟ୍ ଭିସା ପାଇଁ କମିସନରେଟ ପୁଲିସ ନିକଟରେ ଆବେଦନ କରିଥିଲେ।

ଅନ୍ୟପଟେ ନଗମାଙ୍କ ସ୍ୱାମୀ ନିଜାରୁଦ୍ଦିନ୍ କହିଛନ୍ତି, ଏହା ଜରୁରୀକାଳୀନ ପରିସ୍ଥିତି । ଆମ ସମସ୍ତଙ୍କୁ ବୁଝିବାକୁ ପଡ଼ିବ । ସରକାର ଯାହା ନିୟମ କରିଛନ୍ତି ଆମେ ତାକୁ ମାନିବୁ । ସରକାରଙ୍କର ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ । ବିଚ୍ଛେଦ ତ’ କଷ୍ଟ ଦେବ । ଦେଶରେ ପରିସ୍ଥିତି ନିୟନ୍ତ୍ରଣ ହେଲେ ପୁଣି ସବୁ ଠିକ୍ ହେବ ବୋଲି ମୁଁ ଆଶା କରୁଛି ।



Edited by k.s thakur...




Post a Comment

Previous Post Next Post