ନୃସିଂହନାଥ ବୈଶାଖ ମେଳା ପାଇଁ ଜିଲ୍ଲା ପ୍ରଶାସନ ର ଅଣଦେଖା ଜନସାଧାରଣ ରେ ଅସନ୍ତୋଷ...

ନୃସିଂହନାଥ ବୈଶାଖ ମେଳା ପାଇଁ ଜିଲ୍ଲା ପ୍ରଶାସନ ର ଅଣଦେଖା ଜନସାଧାରଣ ରେ ଅସନ୍ତୋଷ...


ବରଗଡ଼,୧୯/୦୪ : ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠ ରେ ଆସନ୍ତା ମେ ୭ ରୁ ବୈଶାଖ ମେଳା ଶୁଭାରମ୍ଭ ହେବାକୁ ଯାଉଥିବାବେଳେ ମେଳା ର ପ୍ରସ୍ତୁତି ବୈଠକ ରେ ବିଭିନ୍ନ ସମସ୍ୟା ଦିଗ ଉପରେ ଆଲୋଚନା କରି ଜନ ଅସନ୍ତୋଷ ଦେଖାଦେଇଛି। 

Ad..


ପ୍ରତ୍ୟେକ ବର୍ଷ ଭଲି ଏଥର ମଧ୍ୟ ସେହି ଚିରାଚରିତ ଢଙ୍ଗରେ ସମସ୍ୟା ମାନ ଆଲୋଚନା ହୋଇଥିଲା ଅଥଚ କୈାଣସି ଜିଲ୍ଲା ସ୍ତରୀୟ ଅଧିକାରୀ ବୈଠକ ଯୋଗଦାନ ଦେଇନଥିବା ରୁ ପ୍ରସ୍ତୁତି ବୈଠକ ଟି ହୋ ହାଲ୍ଲା ମଧ୍ୟରେ ଅନୁଷ୍ଠିତ ହୋଇ ସ୍ଥାନୀୟ  ଲୋକକଥା ଅନୁସାରେ ଆଫୁ ବିଚାର ରେ ପରିଣତ ହୋଇଥିଲା । 

ଦିର୍ଘ ଗୋଟିଏ ଦଶନ୍ଧି ମଧ୍ୟରେ ନୃସିଂହନାଥ ବୈଶାଖ ମେଳା ରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା, ବିଦ୍ୟୁତ ସମସ୍ୟା, ଯାତ୍ରୀଙ୍କୁ ସୁବିଧା ସୁଯୋଗ ଅଭାବ ପ୍ରମୁଖ ସମସ୍ୟା ସମାଧାନ ହୋଇପାରି ନାହିଁ ଯାହାକି ଆଜି ମଧ୍ୟ ବୈଶାଖ ମେଳା ରେ ଯୋଗଦାନ ଦେଉଥିବା ଯାତ୍ରୀ ଙ୍କ ସୁବିଧା ସୁଯୋଗ ମଧ୍ୟରେ ପାନୀୟ ଜଳ, ଟ୍ରାଫିକ ସମସ୍ୟା, ବିଦ୍ୟୁତ ସମସ୍ୟା ଏପରିକି ଦୋକାନ ବଜାର ଓ ବ୍ଯବସାୟୀ ଙ୍କ ପ୍ରତି ଅଣଦେଖା କରାଯାଉ ଥିବା ର ଅଭିଯୋଗ ରହି ଆସିଛି। 

ମୁଖ୍ୟ କରି ବୈଶାଖ ମେଳା ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବା ଯୋଗୁଁ ପାନୀୟ ଜଳ ର ବଡ ସମସ୍ୟା କେବେ ସମାଧାନ ହୁଏନାହିଁ। ମନ୍ଦିର ପରିଚାଳନା କମିଟି ତରଫରୁ ସୁବ୍ୟବସ୍ଥା କଥା କହି ଦିର୍ଘ ପାଞ୍ଚ ଦିନ ର ମେଳା ଶେଷ ହୁଏ ଅଥଚ ପାନୀୟଜଳ ର ସମସ୍ୟା ସମାଧାନ ହୋଇପାରେ ନାହିଁ ସେହିପରି ପଡୋଶୀ ଛତିଶଗଡ ସମେତ ଓଡ଼ିଶା ର ହଜାର ହଜାର ପର୍ଯ୍ୟଟକ, ଜନସାଧାରଣ ମେଳା ଦେଖିବାକୁ ଆସିଥାନ୍ତି ହେଲେ ଉଚିତ ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ର ସୁବ୍ୟବସ୍ଥା ନ ଥିବାରୁ ଯାତ୍ରାରେ ଲୋକ ମାନେ ବହୁ ହଇରାଣ ହରକତ ହେଉଛନ୍ତି। 

ଏବର୍ଷ ବୈଶାଖ ମେଳା ର ପ୍ରସ୍ତୁତି ବୈଠକ ରେ କୈାଣସି ଜିଲ୍ଲା ସ୍ତରୀୟ ସରକାରୀ ଅଧିକାରୀ ଯୋଗଦାନ ଦେଇନଥିବା ରୁ ବୈଠକ ରେ ଅସନ୍ତୋଷ ଦେଖା ଦେଇଥିଲା। ନୃସିଂହନାଥ ଠାରେ ଅନୁଷ୍ଠିତ ହେଉଥିବା ବୈଶାଖ ମେଳା ଅଂଚଳ ର ଏକ ବଡ ମେଳା ହୋଇଥିବା ରୁ ଲକ୍ଷ୍ୟାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ ହେଲେ ସମାଗମ ର ଜନସଂଖ୍ୟା ଦୃଷ୍ଟିରୁ ପାନୀୟଜଳ, ରହିବା ବ୍ୟବସ୍ଥା, ଖାଇବା ବ୍ୟବସ୍ଥା। 

ଏପରିକି ପାର୍କିଂ ଓ ଯାତାୟାତ ସମସ୍ୟା ଗୁରୁତର ହୋଇପଡେ ଏଥିପାଇଁ ସରକାରୀ ସ୍ତରରେ ହେଉଛି ସ୍ଥାନୀୟ ଜନପ୍ରତିନିଧି ଙ୍କ ଉଦ୍ୟମ କିମ୍ବା  ମନ୍ଦିର ବୈଶାଖମେଳା  ପରିଚାଳନା କମିଟିର କାର୍ଯ ଯଥେଷ୍ଟ ହେଉନଥିବାରୁ ଜନସାଧାରଣ ଙ୍କ ଅସନ୍ତୋଷ ରହୁଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post