ରୋଗୀ କଲ୍ୟାଣ ସମିତିର ଅଧ୍ଯକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ...

ରୋଗୀ କଲ୍ୟାଣ ସମିତିର ଅଧ୍ଯକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୯/୦୪ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନ ସଭାଗୃହରେ ଶୁକ୍ରବାର ରୋଗୀ କଲ୍ୟାଣ ସମିତିର ଅଧ୍ଯକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। 

Ad..


ବୈଠକରେ କଣ୍ଟାବାଞ୍ଜି ଡାକ୍ତରଖାନରେ ପର୍ଯ୍ୟାୟକ୍ରମେ ଲାଗି ରହିଥ‌ିବା ସମସ୍ୟା ଗୁଡ଼ିକ ବିଷୟରେ ଆଲୋଚନା କରାଯାଇଥିଲା। ବିଶେଷ କରି ଡାକ୍ତରଖାନରେ ପାନୀୟ ଜଳ ସମସ୍ୟା ଦେଖା ଦେଉଥିବା ବେଳେ ତାର ସମାଧାନ କିପରି ହୋଇ ପାରିବ ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। 

ରୋଗୀଙ୍କୁ ସୁଚାରୁ ରୁପେ କିପରି ଭାବରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ସେ ନେଇ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଥିଲା । ଡାକ୍ତରଖାନା ରେ ଲାଗି ରହିଥ‌ିବା ସମସ୍ତ ସମସ୍ୟାର ସମାଧାନ ଶ୍ରୀଘ୍ର କେମିତି ହେବ ସେ ଦିଗରେ କାମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। 

ବୈଠକରେ କଣ୍ଟାବାଞ୍ଜି ତହସିଲଦାର ବିଶ୍ବନାଥ ଖାଲଖୋ, ମେଡିକାଲ ଅଫିସର ଡାକ୍ତର ରାକେଶ ପଣ୍ଡିତ, ରୋଗୀ କଲ୍ୟାଣ ସମିତିର ସଦସ୍ଯ ଘାସିରାମ ଜୈନ, ୟୋଗେଶ ଅଗ୍ରୱାଲ, ସୁମିତ ଶର୍ମା, ଅନ୍ୟ ସଦସ୍ୟ, ମେଡିକାଲ କର୍ମଚାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକରୀମାନେ ଉପସ୍ଥିତ ଥିଲେ।



Edited by k.s thakur...



Post a Comment

Previous Post Next Post