ବରଗଡ଼ ରେ ସି ଏମ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ...
ବରଗଡ଼,୦୭/୦୪ : ଓଡ଼ିଶା ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ୍ ଅଫ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଆୟୋଜିତ ହେଉଥିବା ୧୫ ବର୍ଷ ରୁ କମ ବୟସ ବର୍ଗ ର ସି ଏମ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ୍ ପ୍ରତିଯୋଗୀତା ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହୋଇଯାଇଅଛି।
Ad..
ଜିଲ୍ଲା କ୍ରୀଡା ସଂସଦ ର ଉପ-ସଭାପତି ଯୁଗଳ ପ୍ରସାଦ ସିଂ ଙ୍କ ପୌରହିତ୍ୟ ଓ ସଚ୍ଚିଦାନନ୍ଦ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡା ସଂସଦ ସଭାପତି ଆଦିତ୍ୟ ଗୋୟଲ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗିତା କୁ ଉଦ୍ଘାଟନ କରିଥିଲେ।
ଏଥିରେ ଅନ୍ୟ ମାନଂକ ମଧ୍ୟରେ ବରଗଡ଼ ଆରକ୍ଷୀ ଅଧିକ୍ଷକ ତଥା କ୍ରୀଡା ସଂସଦ ଉପ ସଭାପତି ପ୍ରହଲ୍ଲାଦ ସହାୟ ମୀନା ଅତିଥି ଭାବରେ ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଫୁଟବଲ ଏସୋସିଏସନ୍ ଅଫ ଓଡ଼ିଶା ର ଉପ ସଭାପତି ରବି ପଣ୍ଡା, ପ୍ରାକ୍ତନ ସମ୍ପାଦକ ଅରୁଣ କୁମାର ମହାନ୍ତି ଓ ପ୍ରଭାତ ଆଦିତ୍ୟ ମିଶ୍ର , କ୍ରୀଡା ସମ୍ପାଦକ ହରଦୀପ ସିଂ ,ଫୁଟବଲ ସମ୍ପାଦକ ଶେକ ସବଦର , କୋଷାଧ୍ୟକ୍ଷ ଡ.ଶୁଭ୍ରାଂଶୁ ଶେଖର ମହାପାତ୍ର, ଆଉଟ୍ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ,ଜିଲ୍ଲା କ୍ରୀଡା ଅଧିକାରୀ ଅଜୟ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା , କାଉନସିଲ ସଦସ୍ୟ ମହେନ୍ଦ୍ର ଦାଶ, ପ୍ରାକ୍ତନ ଖେଳାଳୀ ପ୍ରେମନାଥ ଗିରି, ଜ୍ଞାନ ରଞ୍ଜନ ପୂଜାରୀ , ପ୍ରଦୀପ ପ୍ରଧାନ, ସୌର୍ଯ୍ୟ ରଞ୍ଜନ ରାଏ, ବେଣୁ ପ୍ରଧାନ, ସୁଜିତ୍ ମହାନ୍ତି , ରମାକାନ୍ତ ଦାଶ, ବିକାଶ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ଅନୁଷ୍ଠିତ ଉଦଘାଟନୀ ମ୍ୟାଚ ଟି ୟୁନାଇଟେଡ ସ୍ପୋର୍ଟସ କ୍ଲବ୍ ଓ ସୁପର ଜିମ୍ନାସିୟମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ୟୁନାଇଟେଡ ଦଳ ୨-୧ ଗୋଲରେ ବିଜୟୀ ହୋଇଥିଲେ। ୟୁନାଇଟେଡ ସ୍ପୋର୍ଟସ କ୍ଲବ୍ ଦଳ ର ୧୧ ନମ୍ବର ଖେଳାଳୀ ରୋହନ ଙ୍କୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା।
ଆଜିର ଖେଳ କୁ ଶୁଭମ୍ ପାତ୍ର ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନ୍ ରେ ସହଯୋଗ କରିଥିଲେ ପୂର୍ଣ୍ଣ ଚନ୍ଦ୍ର ଭୁଏ, ବଣ୍ଟି ପ୍ରଧାନ। ଚତୁର୍ଥ ରେଫରି ଥିଲେ ଉମାକାନ୍ତ ସାହୁ । ମ୍ୟାଚ୍ କମିଶନର ଅଛନ୍ତି ସୁରେଶ ଦାଶ।
ଏହି ପ୍ରତିଯୋଗିତା ର ପ୍ରଥମ ପର୍ଯ୍ୟାୟରେ ୧୫ ଟି ଜିଲ୍ଲା ରେ ଆୟୋଜିତ ହୋଇ ସାରିଥିବା ବେଳେ ଆସନ୍ତା କାଲି ଠାରୁ ବରଗଡ଼ ସମେତ ଅନ୍ୟ ଜିଲ୍ଲା ଗୁଡ଼ିକ ରେ ଆରମ୍ଭ ହେବ। ରାଜ୍ୟ ସରକାର ଓ ଫୁଟବଲ ଏସୋସିଏସନ୍ ଅଫ ଓଡ଼ିଶା ତୃଣମୂଳ ସ୍ତରରେ ଯୁବ ଫୁଟବଲ ପ୍ରତିଭା ଚୟନ ପାଇଁ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା ର ଚୟନ କର୍ତ୍ତା ମାନଙ୍କ ଦ୍ଵାରା ଚୟନ ହୋଇଥିବା ଖେଳାଳୀ ମାନଙ୍କୁ ଫୁଟବଲ ଏସୋସିଏସନ୍ ଅଫ ଓଡ଼ିଶା ର ଏକାଡେମୀ , ତଥା ବିଭିନ୍ନ ଜିଲ୍ଲା ରେ ଥିବା କ୍ରୀଡା ହଷ୍ଟେଲ ଗୁଡ଼ିକରେ ରହି ଫୁଟବଲ ଖେଳରେ ପ୍ରଶିକ୍ଷଣ ପାଇପାରିବେ।
ବରଗଡ଼ ରେ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ୮ ଟି ଦଳ ୟୁନାଇଟେଡ ସ୍ପୋର୍ଟସ କ୍ଲବ୍, ବ୍ଲୁ ଡାଇମଣ୍ଡ କ୍ଲବ୍, ସୁପର ଜିମ୍ନାସିୟମ କ୍ଲବ୍, ବାବା ଆମ୍ବେଦକର କ୍ଲବ୍ , ଏସ ଏସ ୱାଇ ଏସ ଗୋବିନ୍ଦ ପାଲି, ବିର୍ସା ମୁଣ୍ଡା କ୍ଲବ୍ ଖଲିଆପାଲି , ଗୋପବନ୍ଧୁ କ୍ଲବ୍ କଦଳୀପାଲି ଓ ଖରମୁଣ୍ଡା ୟୁଥ୍ ଏଥଲେଟିକ ଏସୋସିଏସନ ଭାଗ ନେଉଛନ୍ତି ।
Report : Bijay ku sahu
Edited by k.s thakur...


