ଉଦୀଆଁ ତରା କଳା ପରିଷଦ ର ପରିଚାଳକ ତଥା ନିର୍ଦ୍ଦେଶକ ବାସୁଦେବ ପ୍ରଧାନ ସମ୍ବର୍ଦ୍ଧିତ...
ବରଗଡ଼,୦୭/୦୪ : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଝର ଗ୍ରାମ ରେ ରବିବାର ମାଁ ସମଲେଶ୍ଵରୀ ବାସନ୍ତିକ ପୂଜା ଅବସର ରେ ପଶ୍ଚିମ ଓଡ଼ିଶା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବରପାଲି ବ୍ଲକ ବଡଗାଁ ସ୍ଥିତ "ଉଦୀଆଁ ତରା" ସାଂସ୍କୃତିକ ଅନୁଷ୍ଠାନ ର ପରିଚାଳକ ଓ ନିର୍ଦ୍ଦେଶକ ବାସୁ ଦେବ ପ୍ରଧାନ ଙ୍କୁ ପୂଜା କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।
Ad..
କମିଟି ର ସଭାପତି ଶଙ୍କର ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ପାଦକ ନାରାୟଣ ମେହେର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।
ଝର ଗ୍ରାମ ବାସୀ ଙ୍କ ମିଳିତ ଉଦ୍ୟମ ରେ ଆୟୋଜିତ ଏହି ମହୋତ୍ସବ ରେ ଆଖ ପାଖ ଅଞ୍ଚଳ ର ସହସ୍ରାଧିକ ଲୋକ ଙ୍କ ଭିଡ ପରିଲକ୍ଷିତ ହୋଇଥିଲା।କୋଷାଧ୍ୟକ୍ଷ ତେଜ ରାଜ୍ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...


