ଉଛେଦ ହେବ ନୃସିଂହନାଥ ମନ୍ଦିର ର ଗେଟ୍ ବ୍ୟବସ୍ଥା...

ଉଛେଦ ହେବ ନୃସିଂହନାଥ ମନ୍ଦିର ର ଗେଟ୍ ବ୍ୟବସ୍ଥା...


ବରଗଡ଼,୧୭/୦୪ : ନୃସିଂହନାଥ ପୀଠ ରୁ ଉଛେଦ  ହେବ ଗେଟ୍ର ଟୋଲ ବ୍ୟବସ୍ଥା। ବରଗଡ଼ ଜିଲ୍ଲା ନୃସିଂହନାଥ କୁ ଯାଉଥିବା ଚାରିଚକିଆ ଓ ଭାରି ଯାନ ରୁ ଚେକ ଗେଟ୍ ମାଧ୍ୟମରେ ଟୋଲ ଆଦାୟ ହେଉଛି ଯାହା କି ମନ୍ଦିର ପରିଚାଳନା ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକରେ ଅର୍ଥ ଖର୍ଚ ହେଉଛି। 

Ad..


ଏହି ବ୍ୟବସ୍ଥା କୁ ମନ୍ଦିର କର୍ତ୍ତୃପକ୍ଷ ଙ୍କ ତରଫରୁ ଉଚ୍ଛେଦ କରିବା ପାଇଁ ସର୍ବସାଧାରଣ ବୈଠକ ରେ ଘୋଷଣା ହୋଇଛି। ଚଳିତ ବର୍ଷ ହେବାକୁ ଥିବା ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଥିବା ସମୟରେ ମନ୍ଦିର ପରିଚାଳନା କମିଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଘୋଷଣା କରିଛନ୍ତି। 

ନୃସିଂହନାଥ ପୀଠ କୁ ଦୈନନ୍ଦିନ ଯିବାଆସିବା କରୁଥିବା ଯାନ ଗୁଡ଼ିକ ରୁ ପ୍ରବେଶ ପଥରେ ଗେଟ୍ ମାଧ୍ୟମରେ ଟୋଲ ଆଦାୟ ହେଉଛି ଯାହା ମନ୍ଦିର ପରିଚାଳନା ରେ ବିଭିନ୍ନ ସମସ୍ୟା, ଅସନ୍ତୋଷ ଓ ଗଣ୍ଡଗୋଳ ଦେଖା ଦେଉଥିବା ରୁ ମନ୍ଦିର ତରଫରୁ ଗେଟ୍ ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ। ସେହି ଗେଟ୍ ର ବିକଳ୍ପ ଭାବରେ ଯାନବାହାନ ରୁ ପାର୍କିଂ ଫି ଅସୁଲ କରିବା ପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ଘୋଷଣା ହୋଇଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post