ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ୍ଣ କଣ୍ଟାବାଞ୍ଜି ସାପ୍ତାହିକ ବଜାର, ଏନେସି କର୍ତ୍ତୃପକ୍ଷଙ୍କ ନିଘାନାହିଁ...
କଣ୍ଟାବାଞ୍ଜି,୦୮/୦୪ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସାପ୍ତାହିକ ବଜାର ରେ ପରିପୂର୍ଣ୍ଣ ଅଳିଆ ଆବର୍ଜ୍ଜନା। ଦୁର୍ଗନ୍ଧ ରେ ଲୋକଙ୍କ ନାକ ଫାଟି ଯାଉଛି। କିନ୍ତୁ ବିଜ୍ଞାପିତ ଅଞ୍ଚଳ ପରିଷଦ (nac)କର୍ତ୍ତୃପକ୍ଷଙ୍କ ନିଘାନାହିଁ ।
Ad..
ବିଗତ ୬ ଏପ୍ରିଲ ଦିନ ଶ୍ରୀ ରାମ ନବମୀ ପାଳନ ହୋଇଥିଲା। ଏହି ଅବସରରେ ହଜାର ହଜାର ଲୋକଙ୍କ ନିମନ୍ତେ ଭୋଗ ପ୍ରସାଦ ବଣ୍ଟନ ପାଇଁ ସ୍ଥାନୀୟ ସାପ୍ତାହିକ ବଜାର ପ୍ରାଙ୍ଗଣରେ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏହି କାର୍ଯ୍ୟକ୍ରମ କୁ ୩ ଦିନ ବିତି ଯାଇଥିଲେ ସୁଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସାପ୍ତାହିକ ବଜାର ରେ ପରିପୂର୍ଣ୍ଣ ହୋଇଥିବା ଅଳିଆ ଆବର୍ଜ୍ଜନା କୁ ସଫା କରାଯାଇ ନାହିଁ।
ଯଦ୍ୱାରା କଣ୍ଟାବାଞ୍ଜି ସାପ୍ତାହିକ ବଜାରରେ ଅଳିଆ ଆବର୍ଜ୍ଜନା ପରିପୂର୍ଣ୍ଣ ହୋଇ ରହିଛି। ଲୋକଙ୍କ ଦୁର୍ଗନ୍ଧ ରେ ନାକ ଫାଟି ଯାଉଛି। ଏ ବିଷୟ କୁ ନେଇ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଇଓ ନାରାୟଣ ଦଣ୍ଡସେନା ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ମତାମତ ମିଳି ପାରି ନାହିଁ।
Edited by k.s thakur...


