ବିଧାୟକଙ୍କ ଦ୍ୱାରା ସଂଗଠନ କାର୍ଯ୍ୟାଳୟ ଓ ଅତିଥି ପ୍ରକୋଷ୍ଠ ଉଦଘାଟିତ...

ବିଧାୟକଙ୍କ ଦ୍ୱାରା ସଂଗଠନ କାର୍ଯ୍ୟାଳୟ ଓ ଅତିଥି ପ୍ରକୋଷ୍ଠ ଉଦଘାଟିତ...


ବରଗଡ଼,୦୯/୦୪ : ମଙ୍ଗଳବାର ଦିନ ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ଦ୍ୱାରା ଜର୍ଜ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂଗଠନ କାର୍ଯ୍ୟାଳୟ ଓ ଅତିଥି ପ୍ରକୋଷ୍ଠ ଉଦଘାଟିତ ହୋଇଯାଇଅଛି । 

Ad..


ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀଯୁକ୍ତ ଅଶ୍ବିନୀ ଷଡ଼ଙ୍ଗୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ୬ଷ୍ଠ ଓ ୯ମ ଶ୍ରେଣୀର ଛାତ୍ର ମାନଙ୍କର ପ୍ରବେଶ ଉତ୍ସବ ବା ଖଡ଼ି ଛୁଆଁ ଉତ୍ସବ ପାଳନ ପୂର୍ବକ ପୁସ୍ତକ, ପୋଷାକ ଆଦି ପ୍ରଦାନ କରାଯାଇଥିଲା। 

ଏହି ସମ୍ବର୍ଦ୍ଧନା ସଭା ରେ ଅତିରିକ୍ତ ଜିଲ୍ଳା ଅଧିକାରୀ ଶ୍ରୀଯୁକ୍ତ ଜ୍ଯୋତି କାନ୍ତ ସାହୁ, ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ , ବିଦ୍ୟାଳୟର ବୟୋଜ୍ୟେଷ୍ଠ ବହୁ ପୁରାତନ ଛାତ୍ର , ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ସକ୍ରୀୟ ଯୋଗଦାନ କରିଥିଲେ ।

ଉଲ୍ଲେଖଯୋଗ୍ୟ ବିଷୟ ଯେ ବିଦ୍ୟାଳୟ ର ଆବଶ୍ୟକତା କୁ ଅନୁଧ୍ୟାନ କରି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସ୍କୁଲ ପରିସରରେ ଏକ ନଳକୂପ ଖନନ ଏବଂ ମିଟିଂ ହଲ୍ ରେ ଛଅ ଗୋଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସଂଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ସୁରେଶ କୁମାର ଦାଶ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post