ସମ୍ବଲପୁର ଜିଲ୍ଳା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କ ସୁରକ୍ଷା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ...

ସମ୍ବଲପୁର ଜିଲ୍ଳା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କ ସୁରକ୍ଷା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ...


ସମ୍ବଲପୁର,୦୭/୦୪ : ଏସୟୁଜେ ଓଡିଶା, ସମ୍ବଲପୁର ଜିଲ୍ଳା ଶାଖା, ସମ୍ବଲପୁର ଜିଲ୍ଳା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କ ସୁରକ୍ଷା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଶୋକ ଭୋଇ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।

Ad..


ନିକଟରେ ପୁରୀ ର ଦୁଇ ଜଣ ସାମ୍ବାଦିକ ବଡ ଖବର ର ଲିନୁ ନାୟକ ଓ କେମରା ମେନ ଶିବ କିଶୋର ପଲାଇ ଙ୍କୁ ପୁରି ଶ୍ରୀ ମନ୍ଦିର ର ସେବାୟତ ତଥା ଗୁମାସ୍ତା ମାନେ ଖବର ସଂଗ୍ରହ ବେଳେ ସଂଗ ବଦ୍ଧ ଆକ୍ରମଣ କରିଥିଲେ।

ଖବର ସଂଗ୍ରହ ବେଳେ ସଦାସର୍ବଦା ଏପରି ଘଟଣା ମାନ ହେଉଛି।ଏହାର ପ୍ରତିବାଦ ସ୍ୱରୂପ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଏବଂ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଈଁ ମୁଖ୍ୟମନ୍ତ୍ରୀଙ୍କୁ  ଜିଲ୍ଳା ପ୍ରଶାସନ ମାଧ୍ୟମରେ ଦାବି ପ୍ରଦାନ କରାଯାଇଥିଲା। 

ଦାବୀ ପତ୍ର ପ୍ରଦାନ ସମୟରେ ସମ୍ବଲପୁର ଜିଲ୍ଳା ସଭାପତି ରାଧେଶ୍ୟାମ ପଣ୍ଡା, ସମ୍ପାଦକ ପ୍ରମୋଦ ବହିଦାର, ଟିକେଶ୍ୱର ପ୍ରଧାନ ଉପସଭାପତି, ଚନ୍ଦ୍ରଚୂଡ଼ ସିଂ ଉପସଭାପତି, ଆଲୋକ କୁମାର ଦାସ, ସଂଗଠନିକ ସମ୍ପାଦକ, ହରିଶଙ୍କର ମିଶ୍ର, ପ୍ରଶାନ୍ତ କୁମାର ସାହୁ, ଆତ୍ମରାମ ସୁପକାର, ସତମାନ ବାଗ ଇତ୍ୟାଦି ଉପସ୍ଥିତ ରହିଥିଲେ।



Edited by k.s thakur...

Post a Comment

Previous Post Next Post