ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ରେ ସମସ୍ତ ସହାୟତା ଯୋଗାଇଦେବା ପାଇଁ ପୋଲିସ ଡ଼ିଜି ଙ୍କ ପ୍ରତିଶ୍ରୁତି...
ବରଗଡ଼,୦୮/୦୪ : ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ରେ ସମସ୍ତ ସହାୟତା ଯୋଗାଇଦେବା ପାଇଁ ପୋଲିସ ଡ଼ିଜି ଙ୍କ ପ୍ରତିଶ୍ରୁତି। ରାଜ୍ୟ ରେ ପ୍ରତିଦିନ ସଚେତନତା ଅଭାବରୁ ପ୍ରତି ଦିନ ସଡ଼କ ଦୁର୍ଘଟଣା ମାନ ବୃଦ୍ଧି ପାଉଛି।
Ad..
ସେ ଦୃଷ୍ଟି ରୁ ପୋଲିସ ପ୍ରସାସନ ର ସହାୟତା ଜରୁରୀ ବୋଲିି ତାରିଖ ୦୭/୦୪/୨୫ ରାଜ୍ୟ ପୋଲିସ ସେବା ଭବନ ଠାରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମ ଲୋଚନ ଭୋସାଗର ସାକ୍ଷାତ କରି ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।
ଶ୍ରୀ ଭୋସାଗର ଙ୍କୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ରେ ସମସ୍ତ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପ୍ରତିଶୃତି ଦେଇ ଛନ୍ତି। ପୂର୍ବରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ରେ ରାଜ୍ୟ ସମସ୍ତ ଏସପି ମାନଙ୍କୁ ଯୋଗ ଯୋଗ କରି ପୋଲିସ ର ସହାୟତା ମାନି ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ କୁ ସୁଦୃଢ଼ କରିବା ପାଇଁ ଡିଜି ଙ୍କ ନିର୍ଦ୍ଦେଶନାରେ କଟକ ମୁଖ୍ୟ କ୍ରାଇମବ୍ରାଞ୍ଚ ସଡ଼କ ସୁରକ୍ଷା ବିଭାଗ ରୁ ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମ ଲୋଚନ ଭୋସାଗର ଙ୍କୁ ଲେଟଲ ଜାରି କରାଯାଇଛି।
ପ୍ରକାଶ ଥାଉ କି ଗତ ଜୁନ୍ ମାସ ମାସ ରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ କୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପରିବହନ ଓ ବାଣିଜ୍ୟ ସଚିବ ଶ୍ରୀମତୀ ଉଷା ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।
ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମ ଲୋଚନ ଭୋସାଗର ସହିତ ଟ୍ରାଫିକ ସ୍ବେଛାସେବୀ ମାନଙ୍କୁ କିପରି ଆର୍ଥିକ ସହାୟତା ପାଇ ପାରିବେ ତା ଉପରେ ପଦକ୍ଷେପ ନେବା ପାଈ ରାଜ୍ୟ ସରକାରଙ୍କ ସଡ଼କ ପରିବହନ କମିଶନର ଙ୍କୁ ପତ୍ର ଲେଖିଛନ୍ତି ଓଡ଼ିଆ ର ମୁଖ ଶାସନ ସଚିବ ଶ୍ରୀଯୁକ୍ତ ମନୋଜ ଆହୁଜା।
ରାଜ୍ୟ କୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ୨୦୧୪ ମସିହା ଠାରୁ ପଶ୍ଚିମ ଓଡ଼ିଶା ସମେତ ସମଗ୍ର ରାଜ୍ୟ ର ଉଭୟ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରସାସନ ଓ ପରିବହନ ବିଭାଗର ସହାୟତା ରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଓ ସଡ଼କ ସୁରକ୍ଷା ରେଲୀ ମାନ ଆୟୋଜନ କରି ଆସୁଛନ୍ତି ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମ ଲୋଚନ ଭୋସାଗର।
Report : Bijay ku sahu
Edited by k.s thakur...



