ହସ୍ପିଟାଲ୍ ଲିଫ୍ଟରେ ଚାପି ହୋଇ ମହିଳାଙ୍କ ମୃତ୍ୟୁ...

ହସ୍ପିଟାଲ୍ ଲିଫ୍ଟରେ ଚାପି ହୋଇ ମହିଳାଙ୍କ ମୃତ୍ୟୁ...


ଭଦ୍ରକ,୨୪/୦୪ : ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଘଟିଛି ଅଭାବନୀୟ ଘଟଣା । ହସ୍ପିଟାଲରେ ଥିବା ଲିଫ୍ଟରେ ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏ ଘଟଣା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ ଜାରି କରିଛି। 

           Ad..


ମୃତ ମହିଳା ହେଲେ ରାନ୍ଦୀଆ ପଞ୍ଚାୟତ ନରସିଂହପୁର ଗାଁର ମିନତୀ ପରିଡା। ସେ ଶ୍ୱାସ ଓ ଥାଇରଏଡ଼ ରୋଗ ଆକ୍ରାନ୍ତ ।ଆଜି ସକାଳୁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ପରିବାର ଲୋକେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ନେଇ ଆସିଥିଲେ।

ଅନ୍ୟପଟେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ ସାହାଯ୍ୟରେ ମୃତକଙ୍କୁ ବାହାର କରାଯାଉଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ। ତହସିଲଦାରଙ୍କ ସହ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।

ସୂଚନା ଅନୁସାରେ, ମିନତୀ ପରିଡା ଶ୍ୱାସ ଓ ଥାଇରଏଡ଼ ରୋଗ ଆକ୍ରାନ୍ତ ହୋଇ ଥିବାରୁ ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ । ଆଉଟଡୋରରେ ଥିବା ଡାକ୍ତର ତାଙ୍କୁ ଆଡମିସନ କରିଦେଇଥିଲେ । ଯାହାପରେ ମହିଳା ଜଣଙ୍କୁ ଫିମେଲ ମେଡ଼ିସିନ ୱାର୍ଡକୁ ଲିଫ୍ଟରେ ନେବାକୁ କହିଥିଲେ ହସ୍ପିଟାଲ କର୍ମଚାରୀ । ମହିଳାଙ୍କୁ  ଡାକ୍ତରଙ୍କ ପରାମର୍ଶ କ୍ରମେ ଫିମେଲ ମେଡ଼ିସିନ ୱାର୍ଡକୁ ଲିଫ୍ଟରେ ଆଣୁଥିଲେ । ନିଆ ଯାଉଥିବା ସମୟରେ ହଠାତ ସେନ୍ସର ଫେଲ୍ ଯୋଗୁ ଲିଫ୍ଟ ଡୋରରେ ମହିଳା ଜଣଙ୍କ ଚାପି ହୋଇ ମୃତ୍ୟୁବରଣ କରିଥିଲେ।



Edited by k.s thakur...



Post a Comment

Previous Post Next Post